ଏହି ଦେଶରେ ଛାଡ଼ପତ୍ର ନେବା ପୂର୍ବରୁ କରିବାକୁ ହେବ ୩୦ ମିନିଟ ଅନଲାଇନ କୋର୍ସ

ଦେଶରେ ବିବାହ ସହ ବଢ଼ିଚାଲିଛି ଛାଡ଼ପତ୍ର। ଛୋଟ ଛୋଟ କଥାରେ ହେଉଥିବା ଛାଡ଼ପତ୍ର ବିବାଦକୁ ନେଇ ୟୁରୋପ ଦେଶର ଡେନମାର୍କରେ କଠୋର ଆଇନ ପ୍ରଣୟନ କରାଯାଇଛି। ଏନେଇ ଡେନମାର୍କରେ ଛାଡ଼ପତ୍ର ପୂର୍ବରୁ ଏଥିପାଇଁ ୩୦ ମିନିଟର ଅନଲାଇନ କୋର୍ସ କରିବା ପାଇଁ ସ୍ଥିର କରାଯାଇଛି। ଏଥିରେ ଅନେକ ପ୍ରଶ୍ନ ରହିଛି, ଯାହାକୁ ସାଧାରଣତଃ ଲୋକମାନେ ଛାଡ଼ପତ୍ର ପୂର୍ବରୁ ଅଣଦେଖା କରିଥାନ୍ତି। ଏହି କୋର୍ସକୁ ଅନଲାଇନ ଏବଂ ମୋବାଇଲ ଆପରେ ଉପଲ୍ଲବ୍ଧ କରାଯାଇଛି।

couple-divorceଡେନମାର୍କ ସହରରେ ଛାଡ଼ପତ୍ର ଦେବା ବହୁତ ସହଜ। ସେଠାରେ ୬୦ ଡଲାର ଜମା କରିବା ପରେ ଅନଲାଇନରେ ଆବେଦନ କରି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଛାଡ଼ପତ୍ର ମିଳିଥାଏ। ଯେଉଁ କାରଣରୁ ଦମ୍ପତିମାନେ ଛୋଟ ଛୋଟ କଥାରେ ଛାଡ଼ପତ୍ର ଦେଇଥାନ୍ତି।  ଏହାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ରିପୋର୍ଟ ମୁତାବକ, ୨୦୧୫ରେ ଏଠାରେ ୧୫ ହଜାରରୁ ଅଧିକ ଛାଡ଼ପତ୍ର ହୋଇଥିଲା। ଡେନମାର୍କରେ ଛାଡ଼ପତ୍ରର ଦର ୪୬.୫% ରହିଛି ଅର୍ଥାତ ୧୦୦ଟି ବିବାହ ମଧ୍ୟରେ ୪୬ଟିରେ ଛାଡପତ୍ର ହୋଇଥାଏ।

divorce-lawଏହି ଛାଡ଼ପତ୍ର କାରଣରୁ ପିଲାମାନଙ୍କର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପଡିଥାଏ।  ଏଥିପାଇଁ ସରକାର ନୂଆ ଏବଂ କଠୋର ଆଇନ ପ୍ରଣୟନ କରିଛନ୍ତି। ବର୍ତ୍ତମାନ ଛାଡ଼ପତ୍ର ସମୟରେ ୩ ମାସ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଆପସ ବୁଝାମଣା ପାଇଁ ସମୟ ଦିଆଯିବ। ଛାଡ଼ପତ୍ର ଆବେଦନ ସମୟରେ ଦମ୍ପତିମାନଙ୍କୁ ସରକାରୀ ଅବଜରଭର ମଧ୍ୟ ଦିଆଯିବ। ଯଦି ଦମ୍ପତିମାନେ ଏହି କୋର୍ସ ପୂରା କରିବେ ନାହିଁ ତେବେ ସେମାନଙ୍କର ଛାଡ଼ପତ୍ର ଅବୈଦ୍ଧ କରାଯିବ। ଏହି ଆଇନ ଏପ୍ରିଲ ୬ ତାରିଖରୁ ଲାଗୁ କରାଯାଇଛି।

talakରିପୋର୍ଟ ଅନୁଯାୟୀ, ଏହି ଆଇନ କୋପେନହେଗନ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ବାରା ପ୍ରଣୟନ କରାଯାଇଛି। ଏହି ଅନଲାଇନ କୋର୍ସ ୧୭ ପ୍ରକାର ରହିଛି, ଯାହା ଦମ୍ପତିଙ୍କ ମଧ୍ୟରେ ହେଉଥିବା ବିବାଦର ସମାଧାନ ପାଇଁ ଉପାୟ ବତାଇଥାଏ। ଏହି କୋର୍ସ ଦାମ୍ପତ୍ୟ ଜୀବନର ଦାୟିତ୍ବ ତୁଲାଇବାର ଶିକ୍ଷା ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.