ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଉଠାନ୍ତୁ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

କରୋନା ଭାଇରସ୍‌ ଓ ଲକଡାଉନ୍‌ ଯୋଗୁ ରୋଜଗାର ଉପରେ କୁ-ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲୋକଙ୍କୁ ପୁଣିଥରେ ନିଜ ଗୋଡ଼ରେ ଠିଆ ହେବାକୁ ସୁଯୋଗ ଦେଉଛନ୍ତି। ଏଭଳିସ୍ଥିତିରେ ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସରକାର ଆପଣଙ୍କୁ ସାହାଯ୍ୟ କରିପାରିବେ। ଆପଣ ଚାହିଁଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସରକାରଙ୍କ ଠାରୁ ସାହାଯ୍ୟ ନେଇପାରିବେ। ଏହି ଯୋଜନା ବ୍ୟାଙ୍କର ନିୟମକୁ ପୂରା କରିପାରୁନଥିବା ଲୋକଙ୍କ ପାଇଁ ବେଶ୍‌ ଲାଭଦାୟକ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ତିନୋଟି ପର୍ଯ୍ୟାୟରେ ଲୋନ୍‌ ଦିଆଯାଉଛି। ଏଥିରେ ସର୍ବନିମ୍ନ ସୁଧ ହାର ୧୨ ପ୍ରତିଶତ ରହିଛି।

How can you get funding under Pradhan Mantri MUDRA Loan scheme?

ଶିଶୁ ଋଣ ଯୋଜନା: ଏହି ଯୋଜନାରେ ନୂଆ ଦୋକାନ କରିବା ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ନେଇ ହେବ।

କିଶୋର ଋଣ ଯୋଜନା: ଏହି ଯୋଜନାରେ ୫୦ ହଜାରରୁ ୫ ଲକ୍ଷ ଯାଏଁ ଲୋନ୍‌ ମିଳିଥାଏ।

ତରୁଣ ଋଣ ଯୋଜନା: ଛୋଟ ଉଦ୍ୟୋଗୀଙ୍କ ପାଇଁ ତରୁଣ ଋଣ ଯୋଜନା ବେଶ୍‌ ଲାଭକାରୀ। ଏଥିରେ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯାଉଛି।

କେଉଁଠାରୁ ନେଇପାରିବେ ଋଣ:

ପ୍ରଧାନମନ୍ତ୍ରୀ ଯୋଜନାରେ ନିଜ ପରିଚୟ ପତ୍ର ଦେଇ ଯେକୌଣସି ସରକାରୀ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ପ୍ରାଇଭେଟ୍‌ ବ୍ୟାଙ୍କ କିମ୍ବା ବିଦେଶୀ ବ୍ୟାଙ୍କରୁ ଲୋନ୍‌ ନେଇ ହେବ।

प्रधानमंत्री मुद्रा योजना 2020 ...

କେମିତି କରିବେ ଲୋନ୍‌:

ଅଫିସିଆଲ ୱେବ୍‌ସାଇଟ୍‌ https://www.mudra.org.in/ ରେ ଲୋନ୍‌ ଆପ୍ଲିକେସନ୍‌ ଫର୍ମକୁ ଲୋଡ୍‌ କରନ୍ତୁ। କେଉଁ ଲୋନ୍‌ ନେବାକୁ ଚାହୁଁଛନ୍ତି ଫର୍ମରେ ପୂରଣ କରନ୍ତୁ। ଏଥିସହ ମୋବାଇଲ ନମ୍ବର, ଆଧାର ନମ୍ବର, ନାମ ଓ ଠିକଣା ଲେଖନ୍ତୁ। ଏଥିସହ ଜାତି ପ୍ରମାଣ ପତ୍ର ଯଦି ଅଛି ଦିଅନ୍ତୁ। ଏଥିସହ ୨ଟି ପାସ୍‌ପୋର୍ଟ ସାଇଜ୍‌ ଫଟୋ ଲଗାନ୍ତୁ। ଏହି ଫର୍ମକୁ ବ୍ୟାଙ୍କକୁ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ବ୍ୟାଙ୍କ ମ୍ୟାନେଜର ଲୋନ୍‌ ମଞ୍ଜୁର କରିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.