ବିଗତ ଦୁଇ-ତିନ ଧରି ସୁନା ରେଟ୍ ଲଗାତାର ବୃଦ୍ଧି ପାଇଥିବା ବେଳେ ଆଜି ସୁନା ଦର କମ ରହିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ୍ ପ୍ରତି ୫୦, ୯୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ଦଶଗ୍ରାମ୍ ୫୫, ୫୩୦ ଟଙ୍କା ରହିଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୫୦, ୯୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫, ୫୯୦ ଟଙ୍କା ରହିଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ଯଥାକ୍ରମେ ୫୦, ୯୦୦ ଟଙ୍କା ଓ ୫୫, ୫୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୧, ୦୫୦ ଟଙ୍କା ଓ ୫୫, ୬୮୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭, ୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି ।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୦, ୯୦୦ ଟଙ୍କା ଓ ୫୫, ୫୩୦ ଟଙ୍କା ରହିଛି । ସେହିପରି ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।