୬ ଘଣ୍ଟା ପରେ ଉଦ୍ଧାର ହେଲେ ପାହାଡ ଉପରେ ଫସି ରହିଥିବା ବୃଦ୍ଧା, ଗତକାଲି ଅପରାହ୍ନରୁ ଥିଲେ ନିଖୋଜ

ବ୍ରହ୍ମପୁର (କେନ୍ୟୁଜ): ୬ ଘଣ୍ଟା ପରେ ଉଦ୍ଧାର ହେଲେ ପାହାଡ ଉପରେ ଫସି ରହିଥିବା ବୃଦ୍ଧା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ ଡୁମ୍ବୁଳା ନିକଟ ଏକ ପାହାଡ ଉପରେ ବୃଦ୍ଧା ଫସି ରହିଥିଲେ। ୭୦ ବର୍ଷୀୟ ବୃଦ୍ଧା ଚଞ୍ଚଳା ଦଳେଇଙ୍କୁ ଜୟ ଗୁମ୍ଫା ପାହାଡରୁ ଉଦ୍ଧାର କରିଛି ଚିକିଟି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ। ଢମଣାପଦର ଗାଁର ବୃଦ୍ଧା ଜଣକ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ।

ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ପରେ ସଂଧ୍ୟା ସମୟରେ ଖବର ମିଳିଲା ବୃଦ୍ଧା ଜଣଙ୍କ ପାହାଡ ଉପରକୁ ଚଢି ଯାଇଥିଲେ। ଦମକଳ ବାହିନୀ ପାହାଡ ଉପରେ ରାତି ଗୋଟାଏରେ ପହଞ୍ଚିଥିଲେ। ୬ ଘଣ୍ଟା ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.