ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ : ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ

ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ତଥା ଶେଷ ମ୍ୟାଚ । ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ । ସିରିଜ ୧-୧ରେ ବରାବର ରହିଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୁବ ଦଳ ମୁମ୍ବାଇ ଓ ପୁଣେରେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲା । ରାଜକୋଟରେ ଆଜି ହାଇ ସ୍କୋରିଂ ମ୍ୟାଚ ହେବ ବୋଲି ଆଶା କରାଯାଉଛି ।

୨୦୧୯ରେ ଭାରତ ଶେଷ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଏକ ଟି-୨୦ ସିରିଜ ପରାଜିତ ହୋଇଥିଲା । ଏହାପରଠୁ ଭାରତ ଘରୋଇ ଗ୍ରାଉଣ୍ଡରେ ୧୧ଟି ଟି-୨୦ ସିରିଜ ଜିତି ସାରିଛି । ଆଜିର ମ୍ୟାଚ ଜିତି ଘରୋଇ ଗ୍ରାଉଣ୍ଡରେ ଦ୍ୱାଦଶ ସିରିଜ ବିଜୟ ସୁଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.