Below header

ଷ୍ଟକ୍ ମାର୍କେଟରେ କରୋନାର ପ୍ରଭାବ: ଭାରତୀୟ ବଜାରରେ ହ୍ରାସ ପାଇଲା ସୁନା ଓ ରୂପା ମୂଲ୍ୟ

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟରେ କରୋନାର ପ୍ରଭାବ । ଭାରତୀୟ ସୁନା ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ। ସୁନା ୧୦ ଗ୍ରାମ ପିଛା ୨୦୦୦ ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । ଏହାସହିତ ରୂପା କିଲୋଗ୍ରାମ ପିଛା ୬୦୦୦ ରୁ ଅଧିକ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୪୦,୦୦୦ ଟଙ୍କାକୁ ଖସିଆସିଥିବାବେଳେ ଏଥିସହିତ ରୂପା କିଲୋଗ୍ରାମ ପିଛା ୩୬,୬୪୦ ଟଙ୍କାକୁ ଖସି ଆସିଛି।

today-goldଷ୍ଟକ୍ ମାର୍କେଟରେ ସେନ୍‌ସେକ୍ସ ପ୍ରତିଦିନ ତଳକୁ ତଳ ଖସୁଥିବାରୁ ନିବେଶକମାନେ ନଗଦ ଆବଶ୍ୟକତା ପୂରଣ କରିବା ପାଇଁ ସୁନାକୁ କମ୍ ଦାମ୍‌ରେ ବିକ୍ରି କରୁଛନ୍ତି | ଷ୍ଟକ ବଜାରରେ ୯୯୯ ଶୁଦ୍ଧତାର ସୁନା ମୂଲ୍ୟ ୨୦୨୨ ଟଙ୍କା ହ୍ରାସ ପାଇ ପୂର୍ବ ସପ୍ତାହରେ ୧୦ ଗ୍ରାମ ପିଛା ୪୨,୦୧୭ ରୁ ୧୦ ଗ୍ରାମରେ ୩୯,୯୯୫ ଟଙ୍କାକୁ ଖସି ଆସିଛି। ଏଥି ସହିତ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୪୩୦୮୫ ରୁ ୬୪୪୫ ଟଙ୍କାକୁ ହ୍ରାସ ପାଇ ୩୬,୬୪୦ ଟଙ୍କା ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.