କରୋନା ଭାଇରସ ସୁରକ୍ଷା: ବିମାନ ଯାତ୍ରା ସମୟରେ କରନ୍ତୁ ନାହିଁ ଏହି ସବୁ କାମ

ସମଗ୍ର ବିଶ୍ୱ ଯେମିତି ଆଜି କରୋନା ଭୟରେ ଥରୁଛି । ପ୍ରାୟ ସମସ୍ତ ଦେଶ ବର୍ତ୍ତମାନ ପରିସ୍ଥିତିରେ କେମିତି ସାବଧାନତା ଅବଲମ୍ବନ କରାଯିବ ସେହି ଚେଷ୍ଟାରେ ଲାଗି ପଡିଛନ୍ତି । ଆକ୍ରାନ୍ତ ଦେଶ ଗୁଡିକରେ ଉଡ଼ାଜାହାଜ ଯାତ୍ରା ନେଇ କଟକଣା ଜାରି ହୋଇଥିବା ବେଳେ ସାଧାରଣ ଲୋକେ ବି ଯିବାକୁ ଡରୁଛନ୍ତି । କିନ୍ତୁ ଯଦି ଜରୁରୀ କାମ ଥାଏ ତେବେ ଯିବାକୁ ତ ନିହାତି ପଡିବ । କିନ୍ତୁ ଆପଣ ଜାଣି ରଖିବା ଉଚିତଯେ ବିମାନ ଯାତ୍ରା ସମୟରେ କେବଳ ମାସ୍କର ବ୍ୟବହାର ବି ଏଭଳି ମାରାତ୍ମକ ଭାଇରସରୁ ରକ୍ଷା କରିପାରିବ ନାହିଁ । ତେବେ ନିଜ ଯାତ୍ରା ସମୟରେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ ସେ ବିଷୟରେ ଜାଣିରଖନ୍ତୁ:

flight

ଏୟାରପୋର୍ଟରେ ସତର୍କ ରୁହନ୍ତୁ:

-ଏୟାରପୋର୍ଟ ପରି ଜଣ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ କରୋନା ଭୟ ସବୁଠୁ ଅଧିକ ଥାଏ । ଏୟାରପୋର୍ଟର ଡେସ୍କ, ହ୍ୟାଣ୍ଡଲ ବ୍ୟାର , ରେଲିଂଗ, ସିଢି ପରି ସ୍ଥାନ ଗୁଡିକରେ ସଂକ୍ରମଣର ଆଶଙ୍କା ଅଧିକ ଥାଏ । ତେଣୁ ଆପଣ ନିଜ ସହିତ ସାନିଟାଇଜର ନିହାତି ନେଇ ଯାଆନ୍ତୁ । କୌଣସିଟି ଜିନିଷକୁ ଛୁଇଁବା ପରେ ସାନିଟାଇଜରରେ ନିଜ ହାତ ସଫା କରିଦିଆନ୍ତୁ । ଯେତେ ଦୂର ସମ୍ଭବ ଭିଡ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

– ଭୋଜନ କରିବା ପୂର୍ବରୁ ହାତ, ଗୋଡ ଆଦି ସଫା କରିବାକୁ ଜମା ଭୂଲାନ୍ତୁନି ।

flight

– କରୋନା ଭାଇରସ ପାଇଁ ପୂର୍ବରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ନିଜ ମୁହଁ, ନାକ , ଆଖି ଛୁଅଁନ୍ତୁ ନାହିଁ । ବାରମ୍ବାର ଛୁଇବା ଦ୍ୱାରା କ୍ଷତିକାରକ ବ୍ୟାକ୍ଟେରିଆ ଶରୀର ଭିତରେ ସିଧାସଳଖ ପ୍ରବେଶ କରିଥାଏ ।

– ଯଦି ଆପଣଙ୍କ ଆଖପାଖର ଲୋକେ ଥଣ୍ଡା କିମ୍ବା ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ମାସ୍କ ନିହାତି ବ୍ୟବହାର କରନ୍ତୁ । କାରଣ ସଂକ୍ରମିତ ବ୍ୟକ୍ତିର ଡ୍ରପଲେଟ ଜରିଆରେ ହିଁ ଏହି ଇନଫେକ୍ସନ ଶୀଘ୍ର ବ୍ୟାପିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.