ଦିନେ ବଢ଼ିବା ପରେ ଆଜି ପୁଣି କମିଛି ସୁନା ଦର, ଜାଣନ୍ତୁ କେତେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ବଢ଼ିବା ପରେ ପୁଣି ଖସିଛି ସୁନା ଦର । ଆଜି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦଶ ଗ୍ରାମ୍‌କୁ ୪୧ ହଜାର ୮୪୦ ଟଙ୍କା ରହିଛି । ଗତକାଲି ଏହାର ଦାମ୍‌ ଥିଲା ୪୨ ହଜାର ୧୬୦ ଟଙ୍କା । ସେହିପରି ୨୪ କ୍ୟାରେଟ୍‌ ସୁନା ଦଶ ଗ୍ରାମ୍‌କୁ ଆଜି ବିକ୍ରି ହୋଇଛି ୪୫ ହଜାର ୭୦୦ ଟଙ୍କାରେ । ଯାହା ଗତକାଲି ଥିଲା ୪୫ ହଜାର ୯୮୦ ଟଙ୍କା । ୨୨ କ୍ୟାରେଟ୍‌ରେ ୩୨୦ ଟଙ୍କା ଏବଂ ୨୪ କ୍ୟାରେଟ୍‌ରେ ୨୮୦ ଟଙ୍କା କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.