କଟକ: ଶିଶୁ ଭବନରୁ ନବଜାତ ଶିଶୁ ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର କଲେ ଶିଶୁ ଭବନ କର୍ତ୍ତୃପକ୍ଷ

କଟକ(କେନ୍ୟୁଜ୍): ଶିଶୁ ଭବନରୁ ଉଦ୍ଧାର ହେଲା ନବଜାତ। ଚିକିତ୍ସା ପାଇଁ ନେଇଥିବା ବ୍ୟକ୍ତି ଜଣଙ୍କ କିଛି ସୂଚନା ଦେଇ ନପାରିବାରୁ ଶିଶୁ ତାଙ୍କର ନୁହେଁ ବୋଲି ଜଣାପଡ଼ିଥିଲା। ଶିଶୁ ଭବନ କର୍ତ୍ତୃପକ୍ଷ ସିଡବ୍ଲୁସିକୁ ଖବର ଦେଇଥିଲେ। ସିଡବ୍ଲୁସି ସଦସ୍ୟ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ। ଏକ ଟିମ୍‌ ଗଠନ କରି ଏହାର ତଦନ୍ତ କରୁଛି ସିଡବ୍ଲୁସି। କିଛି ଦିନ ତଳେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ଦୁଇ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଅର୍ଥ ଅଭାବରୁ ପିଲାଙ୍କୁ ପାଳିବାକୁ ଅସମର୍ଥ ଥିବାରୁ ଏହି ବ୍ୟକ୍ତିଙ୍କୁ ଦୁଇ ଶିଶୁଙ୍କୁ ଦାନ କରି ଦେଇଥିଲେ। ଗୋଟିଏ ଶିଶୁ ଅସୁସ୍ଥ ହୋଇପଡ଼ିବାରୁ ମାମଲା ପଦାକୁ ଆସିଛି।