Below header

କାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ : ଖେଳାଳିମାନେ ହାତ ମିଳାଇବେ ନାହିଁ, ବିସିସିଆଇ ଜାରି କଲା ଗାଇଡ୍‌ ଲାଇନ୍‌

ଧର୍ମଶାଳା : ଆଗାମୀ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ ପୂର୍ବରୁ ଉଭୟ ଦଳର ଖେଳାଳିଙ୍କ ପାଇଁ ବିସିସିଆଇ କିଛି ଗାଇଡ୍‌ ଲାଇନ୍‌ ଜାରି କରିଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ବିସିସିଆଇ ଏହି ନିର୍ଦ୍ଦେଶ ଜାରି କରିଛି । କରୋନା ଭୟର ପ୍ରଭାବରେ ଏହି ନିୟମ କରାଯାଇଛି । ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ । ହିମାଚଳ ପ୍ରଦେଶ ଧର୍ମଶାଳା ଠାରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତୀୟ ସମୟ ଦିନ ସାଢ଼େ ଗୋଟାଏ ବେଳେ ମ୍ୟାଚ୍‌ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ସିରିଜ୍‌ରେ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ ହାରିବା ପରେ ବିରାଟ କୋହଲିଙ୍କ ଦଳ ଉପରେ ଚାପ ରହିଛି ।
ତେବେ ଉଭୟ ଦଳର ଖେଳାଳିଙ୍କ ଉପରେ କରୋନା ଯୋଗୁଁ ଆଉ କିଛି ଚାପ ଓଜାଡ଼ି ଦିଆଯାଇଛି । ଯେମିତିକି ସେମାନେ ପାରମ୍ପରିକ ଭାବେ ଆଉ ହାତ ମିଳାଇ ପାରିବେ ନାହିଁ । ସେଲଫି ଉଠାଇବା ବେଳେ ଅନ୍ୟ କାହାର ଫୋନ୍‌ ଧରିବେ ନାହିଁ । ନିଜକୁ କରୋନା ଠାରୁ ଦୂରେଇ ରଖିବା ପାଇଁ ସେମାନେ ସ୍ୱଚ୍ଛତାକୁ ଧ୍ୟାନ ଦେବେ । ଖେଳାଳିମାନେ କଣ କରିବେ ଓ କଣ କରିବେ ନାହିଁ ସେ ସମସ୍ତ ବିଷୟ ଏହି ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ କରାଯାଇଛି ।
ଏହା ସହିତ ଖେଳାଳିମାନେ ଯେଉଁ ବିମାନରେ ଯିବେ, ଯେଉଁ ହୋଟେଲରେ ରହିବେ, ଖେଳା ଯାଉଥିବା ରାଜ୍ୟର କ୍ରିକେଟ୍‌ ସଂଘ ଏବଂ ଦଳ ସହ ରହିଥିବା ମେଡିକାଲ ଟିମ୍‌କୁ ମଧ୍ୟ ସ୍ୱଚ୍ଛତାକୁ ନେଇ ଅନେକ ନିର୍ଦ୍ଦେଶ ଦିଆଯାଇଛି । ଯେଭଳି କରୋନା ଭାଇରସ୍‌ ସଂକ୍ରମିତ ନହୁଏ ସେଥିଲାଗି ସବୁ ପ୍ରକାର ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.