Below header

ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ, ଓଡିଶାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତ ନାହାନ୍ତି, ସୂଚନା ଦେଲେ ରାଜ୍ୟସରକାର

କେନ୍ୟୁଜ୍(ବ୍ୟୁରୋ): ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତ ନାହାନ୍ତି। ୧୬ଟି ନମୁନା ପରୀକ୍ଷା ପରେ ୧୪ଟି ନେଗେଟିଭ୍‌ ରିପୋର୍ଟ ଆସିଛି। ୨ଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଭୁବନେଶ୍ୱର RMRCରେ ଦିନକୁ ୨୦ଟି ନମୁନା ପରୀକ୍ଷା କରାଯାଇ ପାରିବା ନେଇ ବ୍ୟବସ୍ଥା କରାଯାଇଛି । ବିଶ୍ୱର ୧୧୦ଟି ଦେଶ କରୋନା ଦ୍ୱାରା ପ୍ରଭାବିତ। ତେଣୁ ଆଡଭାଇଜରି ଜାରି ହୋଇଛି,

ଆଡଭାଇଜରି ମୁତାବକ:-

  • ଆବଶ୍ୟକ ନ ପଡିଲେ ବିଦେଶ ଯାତ୍ରା କରନ୍ତୁ ନାହିଁ। ବିଶେଷ କରି ଚୀନ, ଇଟାଲୀ, ଇରାନ, ଜାପାନ ଓ ଦକ୍ଷିଣ କୋରିଆରୁ ଆସିଥିବା ଲୋକଙ୍କୁ ସତର୍କତା ଅବମ୍ବନ କରିବା ସହ ୧୪ ଦିନ ଅଲଗା ହୋଇ ରହିବାକୁ କୁହାଯାଇଛି।
  • ସେପଟେ ବିମାନ ବନ୍ଦର ଓ ଜଳବନ୍ଦର ରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି।
  • କଣ କରିବା ଦରକାର କଣ ନକରିବା ଦରକାର ସେନେଇ ପ୍ରଚାର ପତ୍ର ଓଡ଼ିଆ ଓ ଇଂରାଜୀ ରେ ସମସ୍ତ ଦୈନିକ ଖବରକାଗଜ ରେ ସରକୁଲେଟ କରାଯାଉଛି ।
  • କଣ କରିବା ଦରକାର କଣ ନକରିବା ଦରକାର ସେନେଇ ଗଣାମଧ୍ୟମରେ ପ୍ରକାଶ କରାଯାଉଛି।
  • ଯଦି କୌଣସି କମ୍ପାନୀ ର କର୍ମଚାରୀ ଙ୍କ କୋରନା ର କିଛି ଲକ୍ଷଣ ଦେଖାଯାଏ ସେମାନେ ଘରେ ରହି କାମ କରନ୍ତୁ ।
  • ଜଣ ଗହଳିପୂର୍ଣ ଜାଗାକୁ ଯାଆନ୍ତୁ ନାହିଁ ।
  • ଆଖି ,କାନ,ପାଟିରେ ହାତ ମାରନ୍ତୁ ନାହିଁ ।
  •  ଥଣ୍ଡା କାଶ ଲାଗି ରହୁଥିଲେ ମାସ୍କ ବ୍ୟବହାର କରନ୍ତୁ  ।
  •  ମାସ୍କ ଓ ସାନିଟାଇଜର କଳା ବଜାରୀକୁ ନେଇ ରୋକିବାରେ ଜିଲ୍ଲାପାଳ ଓ ଡ୍ରଗ୍ସ କଣ୍ଟ୍ରୋଲରକୁ ନିର୍ଦ୍ଦେଶ ଦିଆଯାଇଛି ।

ଵର୍ତ୍ତମାନ ସୁଧା ୧୧୦ଟି ଦେଶ ଏହି କରୋନା ପ୍ରଭାବିତ ହୋଇଛି ।  ଏଥିରେ୧ ଲକ୍ଷ ୨୧ ହଜାର ଆକ୍ରାନ୍ତ ହୋଇଥିବା ବେଳେ,୬୬ ହଜାର ରୋଗ ମୁକ୍ତ ହୋଇଛନ୍ତି। ସମୁଦାୟ ୪ ହଜାର ୩୬୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ୬୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ  ସେଥିମଧ୍ୟରୁ ୭ ଟି ରାଜ୍ୟ, ୩ ଟି କେନ୍ଦ୍ରଶାସିତ ଅଞ୍ଚଳରେ କୋରନା ବ୍ୟାପିଚି । ଚାଇନା ପରେ ଇଟାଲୀରେ ୧୦ ହଜାର, ଇରାନରେ ୯ ହଜାର, ଦକ୍ଷିଣ କୋରିଆରେ ୭ ହଜାର ୫୫୫, ଫ୍ରାନ୍ସରେ ୧୬୦୦, ଜର୍ମାନୀରେ ୧୬୦୦, ଆମେରିକାରେ ୬୦୦ ଏବେ ସୁଧା ଆକ୍ରାନ୍ତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.