Below header

୫୨ ହଜାର ଟଙ୍କା କଟିଲା ଡିଜେ ଗାଡିର ଚାଲଣ, ନଥିଲା କିଛି ବି ଦସ୍ତାବିଜ୍

ଭୁବନେଶ୍ବର(କେନ୍ୟୁଜ୍):  ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ । ଚାଲାଣ କାଟିଛି ଭୁବନେଶ୍ୱର RTO । ଗାଡ଼ିରେ ନଥିଲା ଫିଟ୍‍ନେସ । ସେହିପରି ଇନସ୍ୟୁରାନ୍ସ ନଥିବା ବେଳେ ବିନା ରୋଡ୍‌ ପରମିଟରେ ଚାଲୁଥିଲା ଗାଡ଼ି । ଯାଞ୍ଚ ବେଳେ ଧରାପଡ଼ିଥିଲା । ଗାଡ଼ି ଟ୍ୟାକ୍ସ ଦେଉ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ପରିବହନ ଆପ ମାଧ୍ୟମରେ ଗାଡିଟିର ନମ୍ବରରୁ ଜଣା ପଡିଛି ଏହା ୨୭ ବର୍ଷ ପୂରୁଣା ଗାଡି। ଏହାର ବଡି ଓ ଚେସିସି କାମ କରାଯାଇ ଡିଜେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏବେ ଏତ ବଡ ରକମର ଗାଡି ଚାଲଣ ଦେଖି ମାଲିକଙ୍କ ମୁଣ୍ଡ ଚକର କାଟିଛି । ତେବେ ଏହାକୁ ନେଇ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.