Below header

ସାମାନ୍ୟ ବୃଦ୍ଧି ପାଇଛି ସୁନା ଦର, ଜାଣନ୍ତୁ କ’ଣ ରହିଛି ଆଜିର ଦାମ୍‌

କିଛି ଦିନ ପରେ ପୁଣି ସୁନା ମୂଲ୍ୟ କିଛି ପରିମାଣରେ ବୃଦ୍ଧି ପାଇଥିବା ଲକ୍ଷ କରାଯାଇଛି । ବୁଧବାରସନ୍ଧ୍ୟା ଓ ଗୁରୁବାର ସକାଳ ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୫୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯ ହଜାର ୫୦୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଦେଶର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ବୃଦ୍ଧି ପାଇଥିବା ମଧ୍ୟ ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୫୦୦ ଓ ୪୯,୫୦୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଯଥାକ୍ରମେ ୫୪,୬୦୦ ଟଙ୍କା ଓ ୫୦,୦୫୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଚେନ୍ନାଇରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ୫୩,୫୫୦ ଟଙ୍କା ଓ ୪୯,୦୯୦ ଟଙ୍କା ଥିବା ରେକର୍ଡ ହୋଇଛି ।

GOLD PRICEସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ ସ୍ଥିର ଥିବା ଲକ୍ଷ କରାଯାଇଛି । ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩, ୫୫୦ ଟଙ୍କାରେ ପହଁଚିଥିବା ବେଳେ ୨୨କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୯,୦୯୦ ଟଙ୍କାରେ ପହଁଞ୍ଚିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.