Below header

ପୁଣି କମିଲା ସୁନା ମୂଲ୍ୟ, ଜାଣି ରଖନ୍ତୁ ୧୦ ଗ୍ରାମ ପ୍ରତି ଆଜି କେତେ ରହିଛି ଦର

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ଟଙ୍କା କମି ୪୭,୫୫୦ ଟଙ୍କାରୁ ୪୭,୫୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ୫୦ ଟଙ୍କା କମି ୪୬,୫୫୦ ଟଙ୍କାରୁ ୪୬,୫୦୦ ଟଙ୍କାରେ ପହଞ୍ଚିଛି । ସମାନ ଭାବେ ଦେଶର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ ହ୍ରାସ ଘଟିଛି । ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୪୭,୫୦୦ ଟଙ୍କା ଓ ୪୬,୫୦୦ ଟଙ୍କାରେ ପହଂଛି ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୩୫୦ ଟଙ୍କା ଓ ୪୭,୧୫୦ ଟଙ୍କାରେ ସ୍ଥିର ରହିଛି । ଯେବେକି ଚେନ୍ନାଇରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୫୦,୮୮୦ ଟଙ୍କା ଓ ୪୬,୨୭୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୪୮,୬୦୦ ଟଙ୍କା ଓ ୪୭,୩୦୦ ଟଙ୍କା ରହିଛି ।

ଭାରତ ପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୦ ଟଙ୍କା କମି ୫୦,୮୮୦ ଟଙ୍କାରେ ପହଁଚିଥିବା ବେଳେ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୦ ଟଙ୍କା କମି ୪୬୨୭୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଏହି ଦର ଯଥାକ୍ରମେ ୫୦,୯୬୦ ଟଙ୍କା ଓ ୪୬,୩୪୦ ଟଙ୍କା ଥିବା ରେକର୍ଡ ହୋଇଥିଲା । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଂଚିତ ପରିବର୍ତ୍ତନ ଆସିଥିବା ନେଇ ଜଣାଯାଇଛି । ସୁନା ପରି ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ମୂଲ୍ୟରେ ବି ସାମାନ୍ୟ ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । କିଲୋଗ୍ରାମ ପ୍ରତି ୫୦ ଟଙ୍କା କାମିରେ ୪୮,୬୧୦ ଟଙ୍କାରୁ ୪୮,୫୬୦ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.