ଭାରତରେ ଟିକଟକ୍ ର ସ୍ଥାନ ନେଲା ଚିଙ୍ଗାରୀ ଆପ୍, ୨୨ ଦିନରେ ଏକ କୋଟି ଡାଉନଲୋଡ୍

ଚାଇନିଜ୍ ଆପ୍ସକୁ ନେଇ ଭାରତରେ ବିରୋଧ ଆରମ୍ଭ ହେବା ପରେ ଭାରତରେ ପ୍ରଥମେ ମିତ୍ରୋ ଆପ୍ ସାମ୍ନାକୁ ଆସିଥିଲା। ଏହାପରେ ମିତ୍ରୋ ଆପ୍ ଉପରେ ପାକିସ୍ତାନ ସହ କନେକ୍ସନ ଥିବାର ଆରୋପ ଲଗାଯାଇଥିଲା। କଣ୍ଟେଟ ପଲିସିର ଉଲ୍ଲଂଘନ କାରଣରୁ ମିତ୍ରୋ ଆପ୍ ପୁଣି ଥରେ ଫେରିଛି। ବିଶେଷ ରୂପେ ଏହି ଆପ୍ ପୂର୍ବରୁ ଲଞ୍ଚ ହୋଇସାରିଛି କିନ୍ତୁ ଭାରତରେ ଟିକଟକ୍ କୁ ଟକ୍କର ଦେବ ଚିଙ୍ଗାରୀ ଆପ୍।

ମିତ୍ରୋ ଆପ୍ ପାଖାପାଖି ୨୨ଦିନରେ ଚିଙ୍ଗାରୀ ଆପ୍ କୁ ଏକ କୋଟିରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି। ସବୁଠାରୁ ଖାସ୍ କଥା ହେଉଛି ଏକ ସପ୍ତାହରେ ପ୍ଲେ-ଷ୍ଟୋରରେ ଟପ୍ ଟୁ ଫ୍ରି ଆପ୍ ମଧ୍ଯରେ ଚିଙ୍ଗାରୀ ଆପ୍ ସ୍ଥାନ ପାଇପାରିଛି। ପାଖାପାଖି ଏକ ସପ୍ତାହ ମଧ୍ଯରେ ଏହି ଆପ୍ କୁ ୨୫ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି।

Chingariapp୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧିତ ଲାଗିବା ପରେ ଚିଙ୍ଗାରୀ ଆପ୍ ର କୋ-ଫାଉଣ୍ଡର ସୁମିତ ଘୋଷ କହିଛନ୍ତି, ଏହି ଆପରେ ୩୦ ମିନିଟରେ ୧୦ଟି ଭିଡିଓ ଦେଖାଯାଇଥିଲା। ମାତ୍ର ୧୦ ଦିନରେ ପ୍ଲେ-ଷ୍ଟୋରରୁ ଚିଙ୍ଗାରୀ ଆପର ଡାଉନଲୋଡ ସଂଖ୍ଯା ୩୦ ଲକ୍ଷ ପାର୍ କରିସାରିଛି ଏବଂ ୭୨ ଘଣ୍ଟାରେ ୫୦୦.୦୦୦ଲକ୍ଷ ଡାଉନଲୋଡ୍ ହୋଇଛି।
ଆପର ଲୋକପ୍ରିୟତା ମଧ୍ଯରେ ଡରାଇବା ଭଳି ମଧ୍ଯ ଏକ ଆପ୍ ସାମ୍ନାକୁ ଆସିଛି। ସୂଚନା ମୁତାବକ ଫ୍ରାନ୍ସର ଜଣେ ହ୍ଯାକର ଚିଙ୍ଗାରୀର ୱେବସାଇଟକୁ ହ୍ଯାକ୍ କରି ସେଥିରେ ପରିବର୍ତ୍ତନ ଆଣିଛନ୍ତି ବୋଲି ଦାବି କରିଥିଲେ। ଏହି ଦାବି ପରେ ସୁମିତ ଘୋଷ କହିଛନ୍ତି, ବଗ୍ କୁ ଫିକ୍ସ କରିଦିଆଯାଇଛି। ବର୍ତ୍ତମାନ କୌଣସି ସମସ୍ଯା ହେବ ନାହିଁ।

chingari app2ଚିଙ୍ଗାରୀ ଆପ୍ ର ଲୋକପ୍ରିୟତା ବଢିବାର ୨ଟି କାରଣ ରହିଛି। ପ୍ରଥମ ଠିକ୍ ସମୟରେ ଟିକଟକ୍ ବ୍ଯାନ ହେବା ଏବଂ ଦ୍ବିତୀୟ ଏଥିରେ ୟୁଜରଙ୍କୁ ଭିଡିଓ ଦେଖିବା ପାଇଁ ଟଙ୍କା ମିଳିଛୁ, ଯାହାକୁ ପରିବର୍ତ୍ତୀ ସମୟରେ ଜାଣିହେବ। ସୂଚନା ମୁତାବକ ଚିଙ୍ଗାରୀ ଆପ୍ ୯ଟି ଭାରତୀୟ ଭାଷାରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.