Below header

ଚଳିତ ବର୍ଷ କରୋନା କଟକଣା ଯୋଗୁ ଶ୍ରାବଣ ଜଳଲାଗି ବନ୍ଦ: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଗଲା ନିଷ୍ପତ୍ତି, ପୁରୀକୁ ବି ମନା

ଭୁବନେଶ୍ବର: ଚଳିତ ବର୍ଷ ବନ୍ଦ ଶ୍ରାବଣ ଜଳଲାଗି । କରୋନା କଟକଣା ଯୋଗୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯିବା ନେଇ କଟକଣା ଜାରି କରିଛି ମନ୍ଦିର ପ୍ରଶାସନ ।

ହେଲେ ଶ୍ରାବଣ ମାସରେ ଶ୍ରୀଜିଉଙ୍କ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୂଚନା ଥାଉକି, ରାଜ୍ଯରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ହୁ ହୁ ହୋଇ ବଢିଚାଲିଛି । ଯାହାକୁ ନଜରରେ ରଖି କିଛି ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରାବଣ ଜଳଲାଗିକୁ ଚଳିତ ବର୍ଷ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଥିଲେ।

ବୋଲ୍‌ବମ୍‌ ଭକ୍ତଙ୍କୁ ପୁରୀ ମନା

ସେହିପରି ବୋଲ୍‌ବମ୍‌ ଭକ୍ତଙ୍କୁ ପୁରୀ ମନା । କରୋନା କଟକଣା ଯୋଗୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଶ୍ରୀଲୋକନାଥଙ୍କ ମସ୍ତକରେ ଜଳ ଲାଗି ପାଇଁ ହଜାର ହଜାର କାଉଡିଆ ପ୍ରତିବର୍ଷ ପୁରୀ ଆସିଥାନ୍ତି । ଏଥିପାଇଁ ଦୁଇ ଦିନ ପୂର୍ବରୁ କଟକ-ପୁରୀ ଜାତୀୟ ରାଜପଥ ସମେତ ସହରର ବିଭିନ୍ନ ସ୍ଥାନରେ କାଉଡିଆଙ୍କ ସମାଗମ ହୋଇଥାଏ ।

ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ କୌଣସି କାଉଡିଆଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହା ଛଡ଼ା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସରକାର ସମସ୍ତ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.