ଆଜିଠୁ ପୁଣି ୧୭ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ୍

ଭୁବନେଶ୍ବର: ଆଜିଠୁ ପୁଣି ଦୁଇ ଦିନିଆ ସଟ୍ଡାଉନ୍ । ୧୭ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍ଡାଉନ୍ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସଟ୍ଡାଉନ୍ ରହିବା ନେଇ ଘୋଷଣା ହୋଇଥିଲା ।
ହେଲେ ପରେ ଆଉ ୭ ଜିଲ୍ଲା ରାୟଗଡ଼ା, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼ ଓ ଢେଙ୍କାନାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହିକ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏସବୁ ଜିଲ୍ଲାରେ କରୋନା ଆକ୍ଟିଭ୍ କେସ୍ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍ ଜାରି ରହିବ ।
ଅନ୍ଯପଟେ ଲକ୍ଡାଉନ୍ ୨ ପରେ ୫୦ ଉପରେ କରୋନା ଆକ୍ଟିଭ୍ କେସ୍ ଥିବା ୧୦ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାକୁ ଜୋନ୍ ଓ୍ଵାନରେ ରଖି ସପ୍ତାହିକ ସଟଡାଉନ୍ ଜାରି କରିଛନ୍ତି ଜିଲ୍ଲାପାଳ ।