Below header

ସୁନା ମୂଲ୍ୟରେ ଆସିଲା ପୁଣି ପରିବର୍ତ୍ତନ, ଜାଣି ରଖନ୍ତୁ ଆଜିର ଦାମ

ରବିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଶନିବାର ଦିନ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ଖସି ୪୯,୦୦୦ ଟଙ୍କାରୁ ୪୮,୫୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ହ୍ରାସ ପାଇ ୪୮,୦୦୦ ଟଙ୍କାରୁ ୪୭,୫୦୦ ଟଙ୍କାରେ ପହଁଚିଥିବା ନେଇ ରେକର୍ଡ ହୋଇଥିଲା। ସେହିପରି ଆଜି ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାର ମୂଲ୍ୟରେ ବୃଦ୍ଧି ଘଟି ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୪୯,୦୨୦ ଟଙ୍କା ହୋଇଛି।

gold

ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ରବିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୧,୧୯୦ ଟଙ୍କା ଓ ୪୬, ୯୧୦ ଟଙ୍କା ଥିବା ରେକର୍ଡ ହୋଇଛି । ଭାରତର ଅନ୍ୟତମ ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୫୨୦ ଟଙ୍କା ଓ ୪୭,୫୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୪୯,୦୦୦ ଟଙ୍କା ଓ ୪୭,୮୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.