କଳାହାଣ୍ଡି: ଅଖ୍ୟାତ ପଲ୍ଲୀରୁ ୩ କୁଇଣ୍ଟାଲରୁ ଅଧିକ ବିରଳ ରତ୍ନ ପଥର ଜବତ, କୋଟି କୋଟି ଟଙ୍କାରେ ହୋଇଥାନ୍ତା ବିକ୍ରି

କଳାହାଣ୍ଡି(କେନ୍ୟୁଜ୍): ଓଡିଶାର ଅଖ୍ୟାତ ପଲ୍ଲୀରୁ ବିରଳ ରତ୍ନପଥର ଜବତ । ରତ୍ନଗର୍ଭା ଓଡିଶାରେ ଅନେକ ଜାଗାରେ ରତ୍ନପଥରକୁ ଏଭଳି ଚୋରା ଚାଳଣ କରି ମାଲାମାଲ ହେଉଛନ୍ତି ଚୋରା ବେପାରୀ। ବାହାରା ରାଜ୍ୟରୁ ବୋପାରୀ ଆସି ଏହି ପଥରକୁ ଶାଗମାଛ ଦରରେ କିଣନ୍ତି ଆଉ ଉଚ୍ଚା ଦରରେ ବିକି ବେଶ୍ ଲାଭବାନ ହୁଅନ୍ତି। ଯାହାର ଟେର ବି ପାଉନି ପୋଲିସ। କିନ୍ତୁ ଆଜି କ୍ରାଇମ ବ୍ରାଞ୍ଚ ଏସିଟିଏଫ ସକ୍ରୀୟ ହୋଇ କଳାହାଣ୍ଡିରୁ କୋଟି କୋଟି ଟଙ୍କା ରତ୍ନ ପଥରକୁ ଜବତ କରିଛି । ବେଆଇନ ଚାଲାଣ ବେଳେ ଜୁନାଗଡ ପଳାଶ ଗାଁରୁ ୩ କୁଇଣ୍ଟାଲରୁ ଅଧିକ ରତ୍ନ ପଥର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସମସ୍ତ ରତ୍ନ ପଥର ରୁବି ଓ ପାନା ଜାତିର ବୋଲି ଜଣାପଡିଛି । ଗାଁରେ ରତ୍ନ ପଥର ଥିବା ସୂଚନା ପାଇ ଏସଟିଏଫ୍ ଚଢ଼ାଉ କରିଥିଲା ।

ଏହି ଘଟଣାରେ ଅଭିଯୁକ୍ତ ସୁଜିତ ମେହେରକୁ ଗିରଫ କରାଯାଇଛି । ଏନେଇ ଜୁନାଗଡ ଥାନାରେ ମାମଲା ରୁଜୁ ହୋଇଛି । ଅଧିକ ତଥ୍ୟ ପାଇଁ ଅଭିଯୁକ୍ତ ସୁଜିତକୁ ପଚରା ଉଚରା କରାଯାଉଛି । ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି, ସେନେଇ ତଦନ୍ତ କରୁଛି ଏସଟିଏଫ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.