Below header

ଭୁବନେଶ୍ୱର ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ, ଜାଣନ୍ତୁ କେତେ ହେଲା ଦାମ୍‌

ଦିନକୁ ଦିନ ବଢିବାରେ ଲାଗିଛି ସୁନା ଦାମ୍‌। ଏବେ ସାଧାରଣ ଲୋକ ଏହାକୁ କିଣିବାକୁ ଭୟ କରୁଛି। କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ସୁନା ଛୁଇଁବାକୁ ଲୋକେ ଏବେ ଭୟ କଲେଣି। ଭାରତୀୟ ବଜାରରେ ଦ୍ରୁତ ଗତିରେ ବଢି ଛାଲିଛି ଏହି ମୂଲ୍ୟବାନ ଧାତୁର ମୂଲ୍ୟ । ଲଗାତାର କିଛି ଦିନ ଧରି ସୁନା ଦାମ ବଢି ବଢିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୫୫, ୩୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୫୪, ୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । କିନ୍ତୁ ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟମ ଧରଣର ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୫୮୬୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩୮୦୦ ଟଙ୍କା ଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଏହି ଦର ଯଥାକ୍ରମେ ୫୯,୧୪୦ ତାଙ୍କ ଓ ୫୪,୨୧୦ ରହିଥିଲା । କିନ୍ତୁ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୫, ୩୮୦ ଟଙ୍କା ଓ ୫୪, ୩୮୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୯,୩୬୦ ଟଙ୍କା ଓ ୫୪, ୧୧୦ ଟଙ୍କା ଥିବା ରେକର୍ଡ ହୋଇଛି ।

gold

ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୮, ୪୮୦ ଟଙ୍କା ଓ ୫୩,୮୧୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୬,୫୧୦ ଟଙ୍କା ଓ ୫,୧୧୦ ଟଙ୍କାରେ ସ୍ଥିର ଥିବା ରେକର୍ଡ ହୋଇଛି । ସେପଟେ ଭାରତୀୟ ବଜାରରେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ ହୋଇଛି । କିଲୋଗ୍ରାମ ପ୍ରତି ୭୪,୨୧୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.