Below header

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଛୁଟି ନିୟମ ଲାଗୁ

ଏଣିକି ସରକାରୀ କର୍ମଚାରୀଙ୍କୁ ମିଳିବ ୪୨ ଦିନର ଛୁଟି, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି

ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ନିୟମିତ ବ୍ୟବଧାନରେ ନୂଆ ନିଷ୍ପତି ଘୋଷଣା କରିଥାନ୍ତି । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବା ଡିଏ ଘୋଷଣା କରିଥିବା ବେଳେ ଆଗକୁ ମଧ୍ୟ କିଛି ବଡ଼ ଉପହାର ଦେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀଙ୍କ ଛୁଟି ନିୟମରେ ପରିବର୍ତ୍ତନ ହୋଇଛି ।

ସୂଚନା ମୁତାବକ, ଛୁଟି ନିୟମ ପରିବର୍ତ୍ତନ ହେବା ପରେ କର୍ମଚାରୀମାନେ ଏଣିକି ପୂର୍ବାପେକ୍ଷା ଅଧିକ ଛୁଟି ପାଇ ପାରିବେ । ଏନେଇ କେନ୍ଦ୍ର ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ କର୍ମଚାରୀମାନେ ଅଙ୍ଗଦାନ କରିଥାନ୍ତି ସେମାନଙ୍କୁ ଏକ ବଡ଼ଧରଣର ସର୍ଜରୀ କରାଇବାକୁ ପଡ଼ିଥାଏ । ତେଣୁ ଏପରି ସ୍ଥଳେ ଡୋନେଟ କରୁଥିବା ବ୍ୟକ୍ତିଙ୍କୁ ସୁସ୍ଥ ହେବା ପାଇଁ ସମୟ ଲାଗିଥାଏ । ତେଣୁ ଅଙ୍ଗଦାନ ପାଇଁ ସରକାର ୪୨ ଦିନର ସ୍ୱତନ୍ତ୍ର ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଏହି ଆକସ୍ମିକ ଛୁଟି ପାଇଁ ୩୦ ଦିନର ନିୟମ ରହିଥିବା ବେଳେ ଏବେ ତାହା ବୃଦ୍ଧି କରାଯାଇ ୪୨ ଦିନ କରାଯାଇଛି । ତେବେ ଏଥିପାଇଁ କର୍ମଚାରୀଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିବ । ହସ୍ପିଟାଲର ବିତାଇଥିବା ସମୟ ଓ ଏହା ପରର ସମୟକୁ ଏଥିରେ ସାମିଲ କରାଯାଇଛି । ଏହି ବିଶେଷ ଛୁଟି କେବଳ ଏକ ସମୟରେ ହିଁ ନିଆଯାଇ ପାରିବ । ତେବେ ଆବଶ୍ୟକ ପଡ଼ିଲେ ସରକାରୀ ପଞ୍ଜିକୃତ ଡାକ୍ତରଙ୍କ ସୁପାରିଶ ଆଧାରରେ ଆଉ ୭ ଦିନ ପୂର୍ବରୁ ଏହାର ଫାଇଦା ନିଆଯାଇ ପାରିବ । ଚିକିତ୍ସା କରୁଥିବା ଡାକ୍ତରଙ୍କ ସୁପାରିଶ ଆଧରରେ ଛୁଟିକୁ ଅଲଗା କରିବାକୁ ଅନୁମତି ଦିଆଯାଇପାରେ । ଆକସ୍ମିକ ଛୁଟି ଅନ୍ୟ ଛୁଟି ସହିତ ମିଶାଇ ନିଆଯାଇ ପାରିବ ନାହିଁ । ମାତ୍ର ଅସାଧାରଣ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଆଧାରରେ କିଛିଟା ରିହାତି ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.