Below header

ସରକାର ଦେଉଛନ୍ତି ଏମାନଙ୍କୁ ୧୦୦୦ ଟଙ୍କା

E-Shram Card ଥିବା ଲୋକଙ୍କ ପାଇଁ ବଢିଆ ଖୁସି ଖବର , ସରକାର ଆକାଉଣ୍ଟକୁ ପଠାଇଲେ ୧୦୦୦ ଟଙ୍କା, ଚେକ କରନ୍ତୁ ନିଜ ନାଁ

ଇ-ଶ୍ରମ ପୋର୍ଟାଲ କଥା। ଯେଉଁଥିରେ ରେଜିଷ୍ଟ୍ରେସନ କରି ଆପଣ ଅନେକ ଫାଇଦା ପାଇପାରିବେ। ଏହି ପୋର୍ଟାଲରେ ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ କେବଳ ଆଧାର ନମ୍ବର ଏବଂ ବ୍ୟାଙ୍କ ଡିଟେଲ ଆବଶ୍ୟକ ହୋଇଥାଏ। ସରକାରଙ୍କ ଦ୍ୱାରା ଲଞ୍ଚ ହୋଇଥିବା ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରି ଫାଇଦା ଉଠାଯାଇଥାଏ ।

ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସ୍‌ ତିଆରିକରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ପାଖାପାଖି ୨୦କୋଟି ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଏଥିରେ ଭାରତର ଅନେକ ରାଜ୍ୟରୁ ଲୋକ ଯୋଡ଼ି ହୋଇଛନ୍ତି।

ବର୍ତ୍ତମାନ ସରକାର ଇ-ଶ୍ରମ କାର୍ଡଧାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଇ-ଶ୍ରମ କାର୍ଡଧାରୀଙ୍କ ପାଇଁ ସରକାର ଏକ ନୂଆ ତାଲିକା ପ୍ରକାଶ କରିଛନ୍ତି ଯେଉଁଥିରେ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ୧୦୦୦ ଟଙ୍କା କିସ୍ତି ଶ୍ରମିକମାନଙ୍କୁ ଟ୍ରାନ୍ସଫର କରାଯାଇଛି । ଆପଣ ବି ତୁରନ୍ତ ନୂଆ ତାଲିକାରେ ନିଜର ନାମ ଯାଞ୍ଚ କରନ୍ତୁ । ସରକାରଙ୍କ ପକ୍ଷରୁ କାର୍ଡ ଧାରକମାନଙ୍କୁ ମାସକୁ ୫୦୦ ଟଙ୍କା ଦିଆଯାଏ ।

ଅସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ ମାସକୁ ୫୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଯଦି ଆପଣ ଉତ୍ତରପ୍ରଦେଶର ବାସିନ୍ଦା, ତେବେ ଆପଣ ଏହି ଯୋଜନାର ଲାଭ ପାଇପାରିବେ ।

ତାଲିକାରେ ନାମ କିପରି ଯାଞ୍ଚ କରିବେ?
ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିବାକୁ, ସର୍ବପ୍ରଥମେ ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍ https://upssb.in/ କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଶ୍ରମିକ କାର୍ଡ ଉପରେ କ୍ଲିକ୍ କରିବାକୁ ପଡିବ । ବର୍ତ୍ତମାନ ଆପଣ ଏକ ନୂଆ ପେଜରେ ପହଞ୍ଚିବେ, ଯେଉଁଠାରେ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର ଏଣ୍ଟର କରିବାକୁ ପଡିବ । ବର୍ତ୍ତମାନ ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଏଣ୍ଟର କରିବାକୁ ପଡିବ । ବର୍ତ୍ତମାନ ଆପଣଙ୍କୁ ଓଟିପି ସବମିଟି କରିବାକୁ ପଡିବ ଏବଂ ପରେ ତାଲିକା ଆପଣଙ୍କ ସାମ୍ନାରେ ଆସିଯିବ ।

ଏହି କାର୍ଡ ପାଇଁ କିଏ ଆବେଦନ କରିପାରି?
-ଇ-ଲେବର କାର୍ଡ ପାଇଁ ଆବେଦନ କରୁଥିବା ନାଗରିକଙ୍କ ବୟସ ୧୬ ରୁ ୫୯ ବର୍ଷ ମଧ୍ୟରେ ହେବା ଉଚିତ୍
-ସେହି ବ୍ୟକ୍ତି ଅସଂଗଠିତ କ୍ଷେତ୍ର ବର୍ଗରେ ଆସିବା ଉଚିତ୍
-ଏହା ବ୍ୟତୀତ ଅନ୍ୟ କୌଣସି ସରକାରୀ ଯୋଜନା ସହିତ ଜଡିତ ନହୋଇଥିବା ଉଚିତ୍
-ଏହା ସହିତ ଇପିଏଫଓ କିମ୍ବା ଏନପିଏସର ସଦସ୍ୟ ନହୋଇଥିବା ଉଚିତ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.