କିସ୍‌ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିମାନ ବନ୍ଦରରେ ସ୍ୱାଗତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ସୋରେନଙ୍କ ସହ ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବ ମଧ୍ୟ ଆସିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିଥିଲେ ।

କେନ୍ୟୁଜ୍(ବ୍ୟୁରୋ):କିସ୍‌ ପରିଦର୍ଶନ ଆସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଆଜି ଅପରାହ୍‌ଣରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସପତ୍ନୀକ ପହଞ୍ଚିଛନ୍ତି । ସୋରେନଙ୍କ ସହ ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବ ମଧ୍ୟ ଆସିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିଥିଲେ ।

ଡ. ସାମନ୍ତଙ୍କୁ ସାକ୍ଷାତ କରିବା ଅବସରରେ ଝାଡ଼ଖଣ୍ଡରେ କିସ୍‌ର ଶାଖା କିପରି ଖୁବ୍‌ଶୀଘ୍ର ପ୍ରତିଷ୍ଠା ହୋଇପାରିବ ସେ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ଡ. ସାମନ୍ତଙ୍କୁ ମନେପକାଇ ଦେଇଥିଲେ । ଏହା ସହିତ ଶ୍ରୀ ସୋରେନ୍‌ ପୂର୍ବରୁ ୨୦୦୫-୦୬ ମସିହାରେ କିଟ୍‌ ଓ କିସ୍‌ ପରିଦର୍ଶନ କରିଥିବା ଡ. ସାମନ୍ତଙ୍କୁ ସୂଚନା ଦେଇଥିଲେ । ସେତେବେଳେ କିଟ୍‌ ଓ କିସ୍‌ ତାଙ୍କୁ ବହୁତ ଭଲ ଲାଗିଥିଲା ଓ ସେହିଦିନଠାରୁ ସେ ଝାଡ଼ଖଣ୍ଡରେ କିସ୍‌ର ଶାଖା ଖୋଲିବା ପାଇଁ ଇଚ୍ଛା ଥିବା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.