ସବୁଠାରୁ ଶକ୍ତିଶାଳୀ ଗାୟତ୍ରୀ ମନ୍ତ୍ର କୁ ଏପରି ଜପ କରନ୍ତୁ, ମିଳିବ ଖାଲି ଫାଇଦା ହିଁ ଫାଇଦା

ଶିକ୍ଷା, ଏକାଗ୍ରତା ଏବଂ ଜ୍ଞାନ ପାଇଁ ଗାୟତ୍ରୀ ମନ୍ତ୍ରକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ, ଆକାଶବାଣୀରୁ ହିଁ ସୃଷ୍ଟିର ରଚୟିତାଙ୍କୁ ଗାୟତ୍ରୀ ମନ୍ତ୍ର ପ୍ରାପ୍ତ ହୋଇଥିଲା। ଗାୟତ୍ରୀ ମନ୍ତ୍ରୀକୁ ସମସ୍ତ ମନ୍ତ୍ର ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ବିବେଚନା କରାଯାଏ । ତେବେ ଏହି ମନ୍ତ୍ର ଜପ କରିବାର କିଛି ନିୟମ ଅଛି, ତାହେଲେ ଯାଇ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

ଗାୟତ୍ରୀ ମନ୍ତ୍ର ଜପ କଲେ ମିଳେ ଅନେକ ଫାଇଦା ଗାୟତ୍ରୀ ମନ୍ତ୍ରରୁ ହିଁ ବେଦର ରଚନା କରାଯାଇଛି। ମନ୍ତ୍ର ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର। ଏହା ଯଜୁର୍ବେଦ ଏବଂ ଋଗ ର୍ବେଦ ଦୁଇଟି ଭାଗକୁ ନେଇ ଗଠିତ। ଏହି ମନ୍ତ୍ର ଜପ କରିବା ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ଦୁଇ ପ୍ରକାରର ଉପଲବ୍ଧ ପ୍ରାପ୍ତି ହୋଇଥାଏ। ଶିକ୍ଷା, ଏକାଗ୍ରତା ଏବଂ ଜ୍ଞାନ ପାଇଁ ଗାୟତ୍ରୀ ମନ୍ତ୍ରକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ, ଆକାଶବାଣୀରୁ ହିଁ ସୃଷ୍ଟିର ରଚୟିତାଙ୍କୁ ଗାୟତ୍ରୀ ମନ୍ତ୍ର ପ୍ରାପ୍ତ ହୋଇଥିଲା। ଗାୟତ୍ରୀ ମନ୍ତ୍ରୀକୁ ସମସ୍ତ ମନ୍ତ୍ର ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ବିବେଚନା କରାଯାଏ । ତେବେ ଏହି ମନ୍ତ୍ର ଜପ କରିବାର କିଛି ନିୟମ ଅଛି, ତାହେଲେ ଯାଇ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

୧. ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ସକାଳେ ବିଛଣାରୁ ଉଠିବା ପରେ ନିତ୍ୟକର୍ମ ସାରିବା ପରେ ଗାୟତ୍ରୀ ମନ୍ତ୍ରର ୮ ଥର ଜପ କରିବା ଉଚିତ୍।

୨. ସୂର୍ଯ୍ୟୋଦୟ ସମୟରେ, ଘରର ପୂଜାପାଠ ସ୍ଥାନରେ କିମ୍ବା ଅନ୍ୟ କୌଣସି ଶୁଦ୍ଧ ସ୍ଥାନରେ ବସି ଗାୟତ୍ରୀ ମନ୍ତ୍ରକୁ ୩ ଥର କିମ୍ବା ୧୦୮ ଥର ଜପ କରିବା ଶୁଭ।

୩. ବିଶ୍ୱାସ କରାଯାଏ ଯେ ଏପରି କଲେ ଆପଣଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତର ଇଚ୍ଛା ପୂରଣ ହେବ।

୪. ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଗାୟତ୍ରୀ ମନ୍ତ୍ରକୁ ଖାଇବା ପୂର୍ବରୁ ଥରେ ଜପ କଲେ ଖାଦ୍ୟ ଅମୃତ ପରି ହୋଇଯାଏ।

୫. ଯଦି ଆପଣ କିଛି କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି, ତେବେ ଘରୁ ବାହାରିବା ସମୟରେ ଆପଣ ଗାୟତ୍ରୀ ମନ୍ତ୍ର ୫ କିମ୍ବା ୧୧ ଥର ଜପ କରିବା ଉଚିତ୍। ଏହା କରିବା ଦ୍ୱାରା ଜଣେ ସମୃଦ୍ଧି ଏବଂ ସଫଳତା ହାସଲ କରେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତି ତେବେ ଏହି ସବୁ ସୁବିଧା ଗାୟତ୍ରୀ ମନ୍ତ୍ରରୁ ମିଳିଥାଏ। ଯଥା ବ୍ୟକ୍ତିର କ୍ରୋଧ ଶାନ୍ତ ହେବା, ଚାପ ଏବଂ ଚିନ୍ତା ପରି ସମସ୍ୟା ଜୀବନରେ ନଆସିବା ଇତ୍ୟାଦି। ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଶକ୍ତିଶାଳୀ ହୁଏ ଏବଂ କ୍ୟାରିୟରରେ ଅଗ୍ରଗତି ହୁଏ। ସମାଜରେ ଏପରି ବ୍ୟକ୍ତିର ସମ୍ମାନ ବୃଦ୍ଧି ପାଇଥାଏ। ନକାରାତ୍ମକତାକୁ ଦୂର କରି, ସମସ୍ତ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।

ଏହି ମନ୍ତ୍ର ଗାନ କରିବା ଦ୍ୱାରା କେବଳ ମନ ନୁହେଁ ଶରୀରରେ ବି ତେଜ ରହିଥାଏ। ଏହା ପଛରେ ବୈଜ୍ଞାନିକ କାରଣ ବି ରହିଛି। ଗାୟନ୍ତ୍ରୀ ମନ୍ତ୍ର ଉଚ୍ଚାରଣ ବେଳେ ଆମ ଶରୀରରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଅନେକ ରୋଗକୁ ଦୂରେଇ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.