‘ମୋ ଝିଅ ଯୋଗୁ ରିଷି ସୁନକ ହୋଇଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ’: ସୁଧା ମୁର୍ତ୍ତି
ବ୍ରିଟେନ ପିଏମ୍ ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତି ନିଜ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି। ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ ରହିଛି ଅକ୍ଷତାଙ୍କର ବଡ଼ ଭୂମିକା। ଏ କଥା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଶାଶୁ ତଥା ଅକ୍ଷତାଙ୍କ ମା’ ସୁଧା ମୁର୍ତ୍ତି।
ବ୍ରିଟେନ ପିଏମ୍ ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତି ନିଜ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି। ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ ରହିଛି ଅକ୍ଷତାଙ୍କର ବଡ଼ ଭୂମିକା। ଏ କଥା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଶାଶୁ ତଥା ଅକ୍ଷତାଙ୍କ ମା’ ସୁଧା ମୁର୍ତ୍ତି। ରିଷି ସୁନକ ଖୁବ୍ କମ୍ ସମୟ ମଧ୍ୟରେ କ୍ଷମତାରେ ଦ୍ରୁତ ବୃଦ୍ଧି ହାସଲ କରିଛନ୍ତି। ତାଙ୍କ ଶାଶୁ ସୁଧା ମୁର୍ତ୍ତି ଦାବି କରିଛନ୍ତି ଯେ ଏହା ତାଙ୍କ ଝିଅ ଯୋଗୁ ହିଁ ସମ୍ଭବ ହୋଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରିଷି ସୁନକଙ୍କ ଶାଶୁ ସୁଧା ମୁର୍ତ୍ତି ଦାବି କରିଛନ୍ତି, ତାଙ୍କ ଝିଅ ଯୋଗୁ ରିଷି ସୁନକ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଭିଡିଓରେ ସୁଧା ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ ‘ମୁଁ ମୋ ସ୍ୱାମୀଙ୍କୁ ବିଜନେସ୍ମ୍ୟାନ କରିଛି। ମୋ ଝିଅ ନିଜ ସ୍ୱାମୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ କରିଛି’।
କହି ରଖୁଛୁ, ରିଷି ସୁନକ ୨୦୦୯ରେ ଅକ୍ଷତା ମୁର୍ତ୍ତିଙ୍କୁ ବିବାହ କରିଥିଲେ। ପାଖାପାଖି ୭୩୦ ମିଲିୟନ ପାଉଣ୍ଡର ମାଲିକାଣୀ ଅକ୍ଷତା ମୁର୍ତ୍ତି ଜଣେ ଶକ୍ତିଶାଳୀ ମହିଳା। ତାଙ୍କ ମା’, ବାପା ଭାରତରେ ରୁହନ୍ତି ଏବଂ ସେମାନେ ବିଲିୟନ ଡଲାରର ଟେକ୍ କମ୍ପାନୀ ମାଲିକ। ଅକ୍ଷତାଙ୍କ ବାପା ନାରାୟଣ ମୁର୍ତ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏବଂ ସେ ଇନଫୋସିସ୍ ଟେକ୍ କମ୍ପାନୀର ପ୍ରତିଷ୍ଠାତା।
I made my husband a businessman. My daughter made her husband Prime Minister of UK !
– Sudhamurthy pic.twitter.com/031ByqhDWZ
— Vishweshwar Bhat (@VishweshwarBhat) April 23, 2023