Below header

PM Svanidhi Yojanaରେ ବିନା ଗ୍ୟରେଣ୍ଟି ଇସ୍ୟୁରେ ବ୍ୟବସାୟୀଙ୍କୁ ମିଳିବ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସୁବିଧା, ଏପରି ଉଠାନ୍ତୁ ଫାଇଦା

ବ୍ୟବସାୟୀ ମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ବ୍ୟବସାୟୀଙ୍କ ବେପାରକୁ ବଢ଼ାଇବା ପାଇଁ ସ୍କିମ ନେଇ ଆସିଛନ୍ତି । ଯେଉଥଁରେ ବ୍ୟବସାୟୀ ମାନେ ସରକାରଙ୍କଠୁ ସାହାଯ୍ୟ ପାଇବେ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ.. ଏହି ଯୋଜନା ଅନ୍ତର୍ଗତ ସରକାର ବ୍ୟାଙ୍କ ମାଧ୍ୟମରେ ଆବେଦନ କର୍ତ୍ତାଙ୍କୁ ଖୁବ ସହଜରେ ଲୋନ ଦେବେ । ଆବେଦନ ପ୍ରକ୍ରିୟା ମଧ୍ୟ ଖୁବ ସହଜ। ଭିଡ଼ିଓ ମାଧ୍ୟମରେ ଜାଣନ୍ତୁ କିପରି ଉଠାଇବେ ଫାଇଦା..

କେନ୍ଦ୍ର ସରକାର ଠେଲା ଗାଡ଼ି ତଥା ରୋଡ ସାଇଡ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ପିଏମ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସରକାର ଖୁବ ସହଜରେ ୧୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଉଛନ୍ତି । କିପରି ଜାଣନ୍ତୁ..

ସରକାରଙ୍କ ଏହି ସ୍କିମ ପ୍ରକୃତରେ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତିଆରି ହୋଇଛି। ଏବେ ପର୍ଯ୍ୟନ୍ତ ଯୋଜନାର ଫାଇଦା ୩୦ ଲକ୍ଷ ରୁ ଅଧିକ ଲୋକ ଉଠାଇ ସାରିଛନ୍ତି। ସରକାର ଏହି ଯୋଜନା ରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ଲୋନ ଦେବେ । ଯଦି ଆପଣ ବି ଏହି ଯୋଜନାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆଧାର କାର୍ଡ ଏଥିପାଇଁ ଖୁବ ଜରୁରୀ। ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣ ଯେକୌଣସି ସରକାରୀ ବ୍ୟାଙ୍କ ର ଆବେଦନ କରିପାରିବେ। ବ୍ୟାଙ୍କରେ ଆପଣଙ୍କୁ ପିଏମ ସ୍ୱନିଧି ଯୋଜନାର ଫର୍ମ ଭରିବାକୁ ହେବ। ଆବେଦନ ଫର୍ମ ସହ ଆଧାର କାର୍ଡ ଫଟୋ କପି ମଧ୍ୟ ଦେବାକୁ ପଡ଼ିବ । ଏହାପରେ ବ୍ୟାଙ୍କ ଆପଣଙ୍କ ଆବେଦନ ଫର୍ମକୁ ମଞ୍ଜୁରି ଦେବେ । ଏହାପରେ ଲୋନର ପ୍ରଥମ କିସ୍ତି ଆପଣଙ୍କ ପାଖକୁ ଆସିବ।

ଏହି ଯୋଜନାରେ ଲୋନ ନେବା ସମୟରେ ଆପଣ ବ୍ୟାଙ୍କ କୁ କିଛି ବି ଗ୍ୟାରେଣ୍ଟି ଦେବାର ଆବଶ୍ୟକତା ନାହିଁ। ମଞ୍ଜୁରି ପରେ ଟଙ୍କା ସିଧା ଆକାଉଣ୍ଟ କୁ ଆସିବ। ଏଥିରେ ବ୍ୟାଙ୍କ ଆପଣଙ୍କୁ ଲୋନରେ ମାସକୁ ମାସ ଟଙ୍କା କିସ୍ତି ଅନୁସାରେ ଦେବ। ଏହି ଯୋଜନା ଅନ୍ତର୍ଗତ ଯଦି ଆପଣ ସମୟ ସମୟରେ ଲୋନକୁ ସୁଝୁ ଛନ୍ତି ତେବେ ଏହି ଯୋଜନାରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ। ଏହାକୁ ସୁଝିବା ପରେ ସରକାର ତୃତୀୟ ଥର ୫୦ ହଜାର ଓ ୪ର୍ଥ ଥର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେବେ।
ଲୋନ ପାଇବାକୁ ଚାହୁଁଥିଲେ:

– ପ୍ରଥମେ ପିଏମ ସ୍ୱନିଧି ଯୋଜନା େଓ୍ଵବସାଇଟ http://pmsvanidhi.mohua.gov.in/ ରେ କ୍ଲିକ କରନ୍ତୁ।
-ଏବେ ଲୋନ ଅପସନ ରେ କ୍ଳିକ କରନ୍ତୁ। ନିଜର ମୋବାଇଲ ନମ୍ବର ଏଣ୍ଟର କରନ୍ତୁ।
-କାପଚା କୁ ଏଣ୍ଟର କରିବା ପରେ ଏକ ଓଟିପି ଆସିବ ତାକୁ ଏଣ୍ଟର କରନ୍ତୁ।
-ଏବେ ମୋବାଇଲ ନମ୍ବର ଭେରିଫାଏ ହେବ। ଏହାପରେ ଆବେଦନ ଫର୍ମ ଆସିବ। ଏହାକୁ ଫିଲ ଅପ୍‌ କରନ୍ତୁ।
-ନିଜର ଜରୁରୀ ଡକ୍ୟୁମେଣ୍ଟକୁ ଅପଲୋଡ କରନ୍ତୁ। ପରେ ସବମିଟ କରନ୍ତୁ।
ଏହା ମଞ୍ଜୁରି ପାଇବା ପରେ ଆପଣଙ୍କ ଆକାଉଣ୍ଟକୁ ଖୁବ ସହଜରେ ଲୋନ ଟଙ୍କା କିସ୍ତି ଅନୁସାରେ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.