Below header

ବର୍ତ୍ତମାନ ସବୁ ବର୍ଗର ଲୋକମାନେ ପାଇପାରିବେ ମାଗଣା ଗ୍ୟାସ କନେକ୍ସନ, ସରକାର ଜାରି କଲେ ଅଧିସୂଚନା

ହିମାଞ୍ଚଳରେ ବର୍ତ୍ତମାନ ଧନୀ, ଗରିବ, ପ୍ରତ୍ୟେକ ଜାତିର ଲୋକ ଏପରିକି ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଦେଶ ସରକାର ମୁକ୍ତରେ ରୋଷେଇ ଗ୍ୟାସ ଯୋଗାଇଦେବେ। ଏହାବ୍ୟତୀତ ଗତ ୨୪ ମେ ୨୦୧୮ରେ ଆରମ୍ଭ କରାଯାଇଥିବା ହିମାଞ୍ଚଳର ଗୃହିଣୀ ସୁବିଧା ଯୋଜନା ଜରିଆରେ ଗତ ୨ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ପ୍ରଦେଶର ଶହେ ପ୍ରତିଶତ ପରିବାରରେ ଘରୋଇ ଗ୍ୟାସ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଥିଲା।

ରିପୋର୍ଟ ଅନୁଯାୟୀ ଖାଦ୍ୟ ନାଗରିକ ଏବଂ ଉପଭୋକ୍ତା ବିଭାଗର ସଚିବ ଅମିତାଭ ଅଓ୍ଵସ୍ତି ଗତ ୧୩ ନଭେମ୍ବରରେ ଯୋଜନାର ସଂଶୋଧିତ ନିୟମର ଅଦିସୂଚନା ଜାରି କରିଥିଲେ। ଏଥିରେ ବର୍ତ୍ତମାନ ଧନୀ ବ୍ୟକ୍ତି, ଠିକାଦାର ଏବଂ ସରକାରୀ କର୍ମଚାରୀମାନେ ମଧ୍ୟ ମୁକ୍ତରେ ଘରୋଇ ଗ୍ୟାସ ପାଇପାରିବେ।

ଅଧିସୂଚନା ଅନୁଯାୟୀ ଏଭଳି ପରିବାର ଅଛନ୍ତି, ଯାହଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗ୍ୟାସ କନେକ୍ସନ ନଥିବ ଏବଂ ସେମାନେ ସାଧାରଣ ବର୍ଗ, ଏସସୀ, ଏସଟୀ ଏବଂ ଓବିସି ଆଦି କୌଣସି ବି ଶ୍ରେଣୀର ହୋଇଥାନ୍ତି, ସେମାନେ ମଧ୍ୟ ଗ୍ରାମ ଏବଂ ନଗର ପରିଷଦଙ୍କ ପାଖରେ ୩୦ ନଭେମ୍ବର ୨୦୧୯ ପୂର୍ବରୁ ଆବେଦନ କରିପାରିବେ।

lpg1ଆବେଦନ ପତ୍ର ଜମା କରିବା ସହ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡର କପି ଏବଂ ବ୍ୟାଙ୍କ ଖାତାର ପାସବୁକ୍‌ ମଧ୍ର ଜମା କରିବେ। ପୂର୍ବରୁ ଅର୍ନ୍ତଦୋୟ ଏବଂ ବିପିଏଲ୍‌ ଶ୍ରେଣୀ ସମ୍ବନ୍ଧିତ ପରିବାରଙ୍କୁ ଏହି ସୁବିଧା ମିଳୁଥିବା ବେଳେ ବର୍ତ୍ତମାନ ସରକାର ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଯାହା କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଯୋଜନା ରହିଛି, ସେହି ଦେଶରେ ସରକାର ମଧ୍ୟ ହିମାଞ୍ଚଳ ଗୃହିଣୀ ଯୋଜନା ଲାଗୁ କରିଛନ୍ତି।

ଏହାସହ ପଢନ୍ତୁ: ଭୁଲ ଆଧାର ନମ୍ବର ଦେଲେ ଲାଗିବ ୧୦ ହଜାର ଟଙ୍କାର ଜରିମାନା, ଏହି ସ୍ଥାନରେ ଲାଗୁ ହେବ ନିୟମ

ଖାଦ୍ୟ ଏବଂ ଅପୂର୍ତ୍ତି ନିୟନ୍ତ୍ରକ ଜିଲ୍ଲା ଚଂବା ଅରବିନ୍ଦ ଶର୍ମା ଏହି ଖବର ଜାରି କରିଛନ୍ତି। ସେହିପରି ଜିଲ୍ଲ ନିୟନ୍ତ୍ରକ ଖାଦ୍ୟ ନାଗରିକ ଅପୂର୍ତ୍ତି ଏବଂ ଉପଭୋକ୍ତା ମାମଲାରେ ହରିପୁର ଶିବରାମ ରାହୀଙ୍କ କହିବା ଅନୁଯାୟୀ ଆବେଦନ ପତ୍ର ପରିବାରର ମହିଳା ମୁଖିଆ କିମ୍ବା ପରିବାରର ସବୁଠାରୁ ବଡ଼ ମହିଳାଙ୍କ ନାଁ ରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.