ଟିକ୍‌ଟକ୍‌ରେ ମାର୍କ ଜୁକରବର୍ଗଙ୍କ ସିକ୍ରେଟ୍‌ ଆକାଉଣ୍ଟ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଟିକ୍‌ଟକ୍‌ ଆମେରିକାରୁ ନେଇ ଭାରତ ପଯ୍ୟର୍ନ୍ତ ସବୁଠି ଫେସ୍‌ବୁକ ପାଇଁ ମୁଣ୍ଡବିନ୍ଧାର କାରଣ ବନିଛି। ଟିକ୍‌ଟିକ୍‌ରୁ ଫେକ୍‌ବୁକକୁ କଡ଼ା ଚ୍ୟାଲେଞ୍ଜ ମିଳୁଛି। ଖବର ମୁତାବକ, ଟିକ୍‌ଟକ୍‌ର ବିଜିନେସ୍‌ ମେଡଲକୁ ବୁଝିବା ପାଇଁ ମାର୍କ ଜୁକରବର୍ଗ ସିକ୍ରେଟ ଆକାଉଣ୍ଟ ବନାଇଛନ୍ତି।

ଏକ ଗଣମାଧ୍ୟମର କହିବା ମୁତାବକ, ଟିକ୍‌ଟକ୍‌ ମଡେଲକୁ ଭାଙ୍ଗିବା ପାଇଁ ବୋଧହୁଏ ଫେସ୍‌ବୁକର ସହସଂସ୍ଥାପକ ତଥା ସିଇଓ ମାର୍କ ଜୁକରବର୍ଗଙ୍କର ଚିନି ଶର୍ଟ ଭିଡିଓ ଶେୟାରିଂ ଆପ୍‌ ‘ଟିକ୍‌ଟକ୍‌’ରେ ଏକ ସିକ୍ରେଟ୍‌ ଆକାଉଣ୍ଟ ଅଛି। ଆକାଉଣ୍ଟ ଏ ପଯ୍ୟର୍ନ୍ତ ଭେରିଫାଏ ହୋଇପାରିନି। କିନ୍ତୁ ‘ଆଟ୍‌ ଦ ରେଟ୍‌ ଫିଙ୍କେଡ୍‌’ ହ୍ୟାଣ୍ଡେଲ୍‌ ବ୍ୟବହାର କରୁଥିବା ଏହି ଆକାଉଣ୍ଟ ଜୁକରବର୍ଗଙ୍କ ଟୁଇଟର ଆକାଉଣ୍ଟ ଭଳି ହୋଇଥାଏ।

ଏହାସହ ପଢ଼ନ୍ତୁ: ଆପଣଙ୍କ ମୋବଇଲରୁ ତୁରନ୍ତ ଡିଲିଟ୍‌ କରନ୍ତୁ ଏହି ଆପ୍‌, ନଚେତ ଖାଲି ହୋଇଯାଇପାରେ ଆକାଉଣ୍ଟ

facebook

ଟିକ୍‌ଟକ୍‌ରେ ‘ଆଟ୍‌ ଦ ରେଟ୍‌ ଫିଙ୍କେଡ୍‌’ ହ୍ୟାଣ୍ଡେଲ୍‌ରୁ ଗୋଟିଏ ବି ପୋଷ୍ଟ କରାଯାଇନାହିଁ। କିନ୍ତୁ ଏହି ଆକାଉଣ୍ଟର ୪,୦୫୫ ଫଲୋୟର୍ସ ଅଛନ୍ତି। ବର୍ତ୍ତମାନ ଆକାଉଣ୍ଟ ଏରିୟାନା ଗ୍ରାଣ୍ଡେ ଓ ସେଲିନା ଗୋମେଜ୍‌ଙ୍କ ଭଳି ୬୧ଜଣ ଜଣାଶୁଣା ବ୍ୟକ୍ତିଙ୍କୁ ଫଲୋ କରୁଛି। ଫଲୋ କରିବା ମାମଲାରେ ଟିକ୍‌ଟକ୍‌ ସୁପରଷ୍ଟାର୍‌ ଯେପରି ଲୋରେନ୍‌ ଗ୍ରେ ଓ ଜ୍ୟାକବ୍‌ ସାଟରେରିୟସ୍‌ ଅଧିକ ସାମିଲ ଅଛନ୍ତି।

ଏହାସହ ପଢ଼ନ୍ତୁ: ସାମ୍ନାକୁ ଆସିଲା ନାସାର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ

୨୦୧୬ରେ ଜୁକରବର୍ଗ କାର୍ଲିଫର୍ଣ୍ଣିଆରେ ଫେସ୍‌ବୁକର ମେନଲୋ ପାର୍କ ମୁଖ୍ୟାଳୟରେ ମ୍ୟୁଜିକାଲିର କୋଫାଉଣ୍ଡର ଏଲେକ୍ସ ଝୁଙ୍କୁ ନିମନ୍ତ୍ରିତ କରିଥିଲେ। କିନ୍ତୁ ଦୁଇଜଣଙ୍କ ମଧ୍ୟ କଥାବାର୍ତ୍ତା ସଫଳ ହୋଇ ନ ଥିଲା।

tok1

ଏହାସହ ପଢ଼ନ୍ତୁ: ପିଲାଙ୍କ ପାଇଁ ଲଞ୍ଚ୍‌ ହେଲା ଏହି ଖାସ୍‌ ଆପ୍‌, ମା’-ବାପାଙ୍କୁ ମେସେଜ୍‌ ବିନା ଖୋଲିବ ନାହିଁ ଫୋନ୍‌ ଲକ୍‌

୨୦୧୭ରେ ମ୍ୟୁଜିକାଲିକୁ ଏକ ଚାଇନା କମ୍ପାନୀ ବାଇଟ୍‌ ଡ୍ୟାନ୍ସ ୮୦ କୋଟି ଡଲାରରେ କିଣିନେଇଥିଲେ ଏବଂ ନିଜ ଡୋଉୟିନ୍‌ ଭିଡିଓ ଆପ୍‌ ସହ ମିଶି ଏହାକୁ ଟିକ୍‌ଟକ୍‌ ନାଁ ଦେଇଥିଲେ। ବର୍ତ୍ତମାନ ସାରା ବିଶ୍ୱରେ ଟିକ୍‌ଟକ୍‌ର ୮୦ କୋଟି ୟୁଜର୍ସ ଅଛନ୍ତି, ଯେଉଁଥିରେ ୨୦ କୋଟି କେବଳ ଭାରତରୁ ରହିଛନ୍ତି।
ସେପଟେ ଟିକ୍‌ଟକ୍‌ର ଲୋକପ୍ରିୟତାକୁ ଦେଖି ଫେସ୍‌ବୁକ୍‌ ଅଧୀନ ଇନ୍‌ଷ୍ଟାଗ୍ରାମ ଏକ ନୂଆ ଭିଡିଓ-ମ୍ୟୁଜିକ୍‌ ରିମିକ୍ସ ଫିଚର ‘ରିଲ୍ସ’ ଲଞ୍ଚ୍‌ କରିଛି। ରିଲ୍ସ ସାହାଯ୍ୟରେ ୟୁଜର୍ସ ୧୫ ସେକେଣ୍ଡର ମ୍ୟୁଜିକ୍‌ କ୍ଲିପ୍‌ ବନାଇ ଏହାକୁ ଷ୍ଟୋରୀ ସହ ଶେୟାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.