Below header

ବାଲେଶ୍ୱର: ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ୱିଙ୍ଗରକୁ ଧକ୍କା ଦେଲା ଟ୍ରକ୍, ୯ଯାତ୍ରୀ ଆହତ

ବାଲେଶ୍ୱର: ପୁଣି ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ। ବାଲେଶ୍ୱର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ୱିଙ୍ଗରକୁ ଧକ୍କା ଦେଲା ଟ୍ରକ। ଗାଡିରେ ଥିବା ୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗୁଜୁରାଟରୁ କିଛି ତାର୍ଥ ଯାତ୍ରୀ ଏକ ୱିଙ୍ଗରରେ ପୁରୀ ବୁଲିବାକୁ ଆସିଥିଲେ। ବାଲେଶ୍ୱର ଦେଇ ଯାଉତିବା ସମୟରେ ତଳନଗରେ ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା। ସୋର ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.