ପୁଣି ବିବାଦରେ ସଞ୍ଜୁ ବାବା, ସୋସିଆଲ ମିଡିଆରେ ଫିଲ୍ମ ପାନିପଥକୁ ନେଇ ବିବାଦ

ମୁମ୍ବାଇ: ପୁଣି ବିବାଦରେ ସଞ୍ଜୁ ବାବା । ସୋସିଆଲ ମିଡିଆରେ ଆଶୁତୋଷ ଗୱାରିକରଙ୍କ ମେଗା ଫିଲ୍ମ ପାନପଥକୁ ନେଇ ବିବାଦ । ପାନିପଥରେ ସଞ୍ଜୟ ଦତ୍ତଙ୍କ ଲୁକ୍‌କୁ ନେଇ ଉଠିଲା ବିରୋଧର ସ୍ୱର । ଫିଲ୍ମରେ ଅହମ୍ମଦ ଶାହା ଅବଦଲିଙ୍କ ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ସମୀକ୍ଷକଙ୍କ ସମାଲୋଚନା । ଏଥିରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ ଅହମଦ ଶାହ ଅବଦଲିଙ୍କ ଭୂମିକାରେ । ପୂର୍ବତନ ଆଫଗାନସ୍ଥାନ ରାଷ୍ଟ୍ରଦୂତ ଡକ୍ଟର ସାହିଦା ଅବଦାଲି ଟ୍ଵିଟରରେ ଏନେଇ ବିରୋଧ ଜତାଇଥିଲେ ।

ଏହାସହ ପଢନ୍ତୁ:

ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌ ଖାନ୍‌ କିନ୍ତୁ ପିତାଙ୍କ ଠାରୁ ମିଳିଥିଲା ଏହି ଉତ୍ତର

ତୃତୀୟ ପାନିପଥ ଯୁଦ୍ଧକୁ ନେଇ ହେଉଥିବା ଏହି ଫିଲ୍ମରେ ଆଫଗାନିସ୍ଥାନର ରାଜା ଅହମଦ ଶାହ ଅବଦଲି ମରାଠା ଯୋଦ୍ଧାଙ୍କୁ ହରାଇଥିଲେ ଓ ୪୦ ହଜାର ମରାଠାଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ଭାରତର ଇତିହାସରେ ଏହି ଯୁଦ୍ଧ ଏକ ଟର୍ନିଂ ପଏଣ୍ଟ । ନିକଟରେ ଦୁର୍ଦ୍ଦଶ ଅବଦଲିଙ୍କ ଭୂମିକାରେ ସଞ୍ଜୟ ଦତ୍ତଙ୍କ ଏହି ଟ୍ରେଲର ବେଶ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.