ମଜବୁତ ସ୍ଥିତିରେ ଭାରତ, ଗତକାଲିର ଅସମାପ୍ତ ଇନିଂସକୁ ଆରମ୍ଭ କଲେ ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲ

ମଜବୁତ ସ୍ଥିତିରେ ଭାରତ । ପ୍ରଥମ ଦିନ ବାଙ୍ଗଳାଦେଶକୁ ୧୫୦ ରନରେ ଧରାସାୟୀ କରିବା ପରେ ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲ ଗତକାଲିର ଅସମାପ୍ତ ଇନିଂସକୁ ଆରମ୍ଭ କରିବେ । ଟି-20 ରେ ଦମଦାର ପ୍ରଦର୍ଶନ ପରେ ବିରାଟ ବାହିନୀ ବର୍ତ୍ତମାନ ଟେଷ୍ଟରେ ମଧ୍ୟ ଦମଦାମ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଟେଷ୍ଟରେ ସାମୀ ଉମେଶ ବାଙ୍ଗାଳାଦେଶରେ ୧୫୦ରେ ସୀମିତ ରଖିବା ପରେ ଭଲ ଷ୍ଟାର୍ଟ ଦେଇଥିଲେ ବ୍ୟାଟ୍‌ସମ୍ୟାନ । ଏକ ବିଶାଳ ପ୍ରଥମ ଇନିଂସ ସ୍କୋର ଲକ୍ଷରେ ଭାରତ ।

ଏପଟେ ବିରାଟ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଥିବା ବେଳେ ବାଙ୍ଗାଳାଦେଶର ଡେବୁଟାଣ୍ଟ କ୍ୟାପ୍‌ଟେନ ମୋମିନୁଲ ହକ୍‌ଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ । ସେପଟେ ଐତିହାସିକ ଇଡେନ୍‌ ଗାଡେନ୍‌ସରେ ଖେଳାଯିବାକୁ ରହିଛି ପିଙ୍କ ବଲ ଟେଷ୍ଟ ମ୍ୟାଚ । ଏହାକୁ ନେଇ ମାଷ୍ଟର ବ୍ଳାଷ୍ଟର ସଚିନ ମତ ରଖିଛନ୍ତି । ସଚିନ କହିଛନ୍ତି ସିମ୍‌ ଉପରେ ନଜର ରଖନ୍ତୁ । ନଭେମ୍ବର ୨୨ରେ ହେବାକୁ ଥିବା ଡେ ଆଣ୍ଡ ନାଇଟ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ପିଙ୍କ ବଲ ଖେଳାଯିବ । ତ୍ରିସନ୍ଧ୍ୟାରେ ପିଙ୍କ ବଲକୁ ଜଜ କରିବା କଷ୍ଟ ବୋଲି କହିଛନ୍ତି ସଚିନ । ଏନେଇ ବିରାଟ କୋହଲି କହିଛନ୍ତି ଭାରତୀୟ ଦଳ ବହୁତ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.