Below header

ବଦଳିଲା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ପ୍ରକ୍ରିୟା, ଆଧାରରେ ଆଡ୍ରେସ୍‌ ଚେଞ୍ଜ୍‌ କରିବା ହେବ ସହଜ

ଯଦି ଆପଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା କିମ୍ବା ଆଧାର କାର୍ଡର ଠିକଣା ବଦଳାଇବା ପାଇଁ ଭାବୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ସୂଚନା। ରିପୋର୍ଟ ଅନୁଯାୟୀ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆଧାରରେ ନିଜର ଠିକଣା ବଦଳାଇବା ପାଇଁ ପ୍ରକ୍ରିୟାରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ବର୍ତ୍ତମାନ ଆପଣ କେବଳ ସେଲ୍ଫ ଡେକ୍ଲରେସନ ଦେଇ ମଧ୍ୟ ନିଜର ଆଧାର କାର୍ଡରେ ଠିକଣା ବଦଳାଇ ପାରିବେ। ସରକାରଙ୍କର ଏହି ନିଷ୍ପତି ଦ୍ୱାରା ଯେଉଁ ଲୋକମାନଙ୍କୁ ଚାକିରୀ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଯିବାକୁ ପଡୁଛି ସେହି ବ୍ୟକ୍ତିମାନେ ଲାଭ ପାଇପାରିବେ। କାରଣ ଏହି ଲୋକମାନେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଆଧାରର ଏହି ନୂଆ ନିୟମ ସାହାଯ୍ୟରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ବର୍ତ୍ତମାନଣ ଠିକଣା ବିଷୟରେ ସେଲ୍ଫ ଡେକ୍ଲରେସନ ଦେବାକୁ ପଡିବ।

adharrରିପୋର୍ଟ ଅନୁଯାୟୀ ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ ମନୀ ଲ୍ୟାଣ୍ଡିଙ୍ଗ ରୋକଥାନ (PMLA) ନିୟମରେ ସଂଶୋଧନ ଜରିଆରେ କରାଯାଇଛି। ସୂଚନା ଅନୁଯାୟୀ ଅନେକ ସେକ୍ଟରରୁ ବାରମ୍ବାର ଏହି ଦାବି ରହିଥିଲା କେଓ୍ଵାଇସିରେ ଦିଆଯାଇଥିବା ଆଧାର କାର୍ଡର ଠିକଣା ଅଲଗା ଏବଂ ବର୍ତ୍ତମାନର ଠିକଣା ସ୍ୱିକାର କରିବା ଉଚିତ। ଏହିକ କାରଣରୁ ବିତ୍‌ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତି ସ୍ଥିର କରାଯାଇଛି। କିନ୍ତୁ ବର୍ତ୍ତମାନ ୟୁଆଇଡିଏଆଇ ର ଅଧିକାରୀକ େଓ୍ଵବସାଇଡରେ ସେଲ୍ଫ ଡେକ୍ଲେରେସନର ଅପ୍ସନ ଦେଖାଯାଉନାହିଁ କିନ୍ତୁ ଅନଲାଇନ୍‌ରେ ଠିକଣା ବଦଳାଇବା ପାଇଁ https://uidai.gov.in/ ଜରିଆରେ ପରବର୍ତ୍ତୀ ଷ୍ଟେପ୍‌ରେ ମାଇଁ ଆଧାର ଟ୍ୟାବକୁ ଯାଇ update your aadhaar କୁ ଯାଆନ୍ତୁ।

ଏହାସହ ପଢନ୍ତୁ: ଭୁଲ ଆଧାର ନମ୍ବର ଦେଲେ ଲାଗିବ ୧୦ ହଜାର ଟଙ୍କାର ଜରିମାନା, ଏହି ସ୍ଥାନରେ ଲାଗୁ ହେବ ନିୟମ

bank1

ଏହାପରେ ଡ୍ରାପଡାଉନରେ ଥିବା ତୃତୀୟ ଅପ୍ସନupdate your address online ରେ କ୍ଲିକ୍‌ କରନ୍ତୁ। ଏହାପରେ ଏ କନୂଆ ପେଜ୍‌ ଆସିବ। ଏଠାରେ ତଳେ ଥିବାproceed to update address ରେ କ୍ଲିକ୍‌ କରନ୍ତୁ। ଏଏହାପରେ ସେଠାରେ ସେଲ୍ଫ ଡେକ୍ଳେରେସନର ଅପ୍ସନ ଆସିବା ପରେ ନିଜର ଠିକଣା ଦେଇ ନିଜର ଆଧାର କାର୍ଡ ଅପଡେଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.