ଭାରତର ପ୍ରଥମ ଇଲେକଟ୍ରିକ ବାଇକ୍‌, ଯାହା କିଣିଲେ ନା ଆପଣଙ୍କୁ କରିବାକୁ ପଡିବ ରେଜିଷ୍ଟ୍ରେସନ, ନା କଟିବ ଚାଲାଣ

ଇଲେକଟ୍ରିକ ଭେଇକିଲ ଷ୍ଟାର୍ଟଅପ୍‌ କମ୍ପାନୀ Greenvolt Mobility ନିଜର ଇଲେକଟ୍ରିକ୍‌ ବାଇକ Mantisକୁ ଏବେ ସାରା ଦେଶରେ ଲଞ୍ଚ କରିବା ପ୍ରସ୍ତୁତିରେ ଅଛି। କମ୍ପାନୀ ଏହି ବାଇକକୁ ଡିସେମ୍ବର ୨୨ ତାରିଖରେ ମୁମ୍ବାଇ ଏବଂ ଆସନ୍ତା ଜାନୁଆରୀ ୫ରେ ବେଙ୍ଗାଲୁରୁରେ ଲଞ୍ଚ କରିବାକୁ ଯାଉଛି।

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଇଲେକଟ୍ରିକ ବାଇକକୁ ଜାନୁଆରୀରେ ପୁନେ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଚେନ୍ନାଇରେ ଲଞ୍ଚ କରିବ। ସେହିପରି କମ୍ପାନୀ ଦାବି କରିଛି ଯେ ଏହି ବାଇକ ଶସ୍ତା ହେବା ସହିତ ପ୍ରଦୂଷଣ ମୁକ୍ତ ଅଟେ, ଯାହାର ଅଧିକ ଆବଶ୍ୟକତା ଭାରତକୁ ଅଛି।

electricଯଦି ଆପଣ ଏହ ବାଇକକୁ କିଣିବାକୁ ଚାହୁଁଛନ୍ତି ତେବେ ଏହାର ପ୍ରି ବୁକିଂ ଆରମ୍ଭ ହୋଇଯାଇଛି। କମ୍ପାନୀ ୯୯୯ ଟଙ୍କାରେ ଅନଲାଇନ୍‌ ବୁକିଂ କରିବାର ସୁବିଧା ଦେଇଛି। କମ୍ପାନୀ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟ ସହରରେ ଏହି ଇଲେକଟ୍ରିକ ବାଇକର ପ୍ରି-ବୁକିଂ କରିଥିବା ଗ୍ରାହକଙ୍କ ପାଇଁ ଲଞ୍ଚିଂ ସମୟରେ ପ୍ରାଇଭେଟ୍‌ ଟେଷ୍ଟ ରାଇଡର ଆୟୋଜିତ କରାଯିବ।

ନିଶ୍ଚିତ ପଢନ୍ତୁ : ଏବେ ବିନା ନେଟଓ୍ଵର୍କରେ ମଧ୍ୟ କରିପାରିବେ କଲ, ଏହି ସିମକୁ ବ୍ୟବହାର କରନ୍ତୁ ମନ ଇଚ୍ଛା ଗପନ୍ତୁ

ସେହିପରି ଯଦି ଆପଣ ଏହାକୁ ପ୍ରି-ବୁକିଂ କରୁଛନ୍ତି ତେବେ ଆପଣଙ୍କୁ ଏହାର ଦାମ ୩୪,୯୯୯ଟଙ୍କା ଦେବାକୁ ହେବ। ଆଉ ଯଦି ଆପଣ ଏହାକୁ ଡିଲରଙ୍କ ଠାରୁ କିଣୁଛନ୍ତି ତେବେ ଏହାର ଦାମ ଆପଣଙ୍କୁ ପଡିବ ୩୭,୯୯୯ ଟଙ୍କା। ଅନେକ ସହରରେ କମ୍ପାନୀ ଡିଲରସିପ ଆକ୍ଟିଭ କରିବାରେ ଲାଗିଛି।

eleଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଗ୍ରୀନଭୋଲଟ୍‌ କମ୍ପାନୀ ଫେବ୍ରୁୟାରୀ ଭିତରେ ନିଜର ଡିଲର ନେଟଓ୍ଵାର୍କ ମାଧ୍ୟମରେ ସମସ୍ତ ବଛା ବଛା ମେଟ୍ରୋ ସହରରେ ଷ୍ଟୁଡିଓ ଆଉଟଲେଟ ଏବଂ ସର୍ଭିସ ସେଣ୍ଟର ଖୋଲିବ। ଏହି ଇଲେକଟ୍ରିକ ବାଇକର ସବୁଠାରୁ ବଡ ଖାସିୟତ ହେଉଛି ଏହାକୁ ଚଲାଇବା ପାଇଁ ନା ଲାଇସେନ୍ସ ଦରକାର ପଡିଥାଏ ନା ପିୟୁସି ଏବଂ ରେଜିଷ୍ଟ୍ରେସନର ଆବଶ୍ୟକତା ପଡିଥାଏ।

ଏହାସହ ପଢନ୍ତୁ : ନୂତନ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ଫାଇନ୍‌, ଚାଲାଣ କଟିଲା ୯ ଲକ୍ଷ ୮୦ ହଜାର

ଫିଚର ବିଷୟରେ କହିବାକୁ ଗଲେ ଏଥିରେ 250wattର ମୋଟର ଏବଂ କଣ୍ଟ୍ରୋଲର ଦିଆଯାଇଛି। ଗ୍ରୀନଭୋଲଟ୍‌ ମାଣ୍ଟିସକୁ କମ୍ପାନୀ ଇନ-ହାଇସ୍‌ ଡିଜାଇନ ଏବଂ ଡେଭଲପ୍‌ କରିଛି। ଏଥିରେ ଦିଆଯାଇଥିବା ଲିଥିୟମ-ଆୟନ ବ୍ୟାଟେରୀ ରିମୁଭେବଲ ଅଟେ ଅର୍ଥାତ ଏହାର ବ୍ୟାଟେରୀକୁ କାଢ଼ି ଚାର୍ଜ କରାଯାଇପାରିବ।

bikeମାଣ୍ଟିସ ଇଲେକଟ୍ରିକ ବାଇକ ଥରେ ଚାର୍ଜ ହେଲେ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହାର ବ୍ୟାଟେରୀ ଫୁଲ୍‌ ଚାର୍ଜ ହେବାକୁ ୨.୫ ଘଣ୍ଟା ସମୟ ଲାଗିଥାଏ। ମାଣ୍ଟିସର ଏହି ପୋର୍ଟେବୁଲ ବ୍ୟାଟେରୀର ଓଜନ ୨.୫ କିଲୋଗ୍ରାମ, ଯାହାକୁ ଆପଣ କୌଣସି ବି ଘରୋଇ ପାଓ୍ଵାର ସର୍କିଟ ଦ୍ୱାରା ଚାର୍ଜ କରାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.