ମାତ୍ର ୫୬୫ ଟଙ୍କାରେ ମିଳୁଛି ଅନଲିମିଟେଡ଼ ଡାଟା, ୧୦୦mbps ସ୍ପିଡ଼ରେ ବ୍ୟବହାର କରିପାରିବେ ଇଣ୍ଟରନେଟ

ଯଦି ଆପଣ ଖୁବ ଶସ୍ତାରେ ହୋମ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ପାଇବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ କମ୍ପାନୀ ବିଷୟରେ କହୁଛୁ ଯାହା ମାତ୍ର ୫୬୫ ଟଙ୍କାରେ ଗୋଟେ ବର୍ଷ ପାଇଁ ୧୦୦ ଏମବିପିଏସ ସ୍ପୀଡର ଇଣ୍ଟରନେଟ ସୁବିଧା ଦେଉଛି । GTPL Hathway କମ୍ପାନୀ ହିଁ ଏହି ସୁବିଧା ଆଣିଛି । ବର୍ତ୍ତମାନ ସମୟରେ ଦେଶର ୧୧ଟି ସହରରେ ସେବା ଦେଉଛି ଏହି କଂପାନି ।

କମ୍ପାନୀ ପାଖରେ ୪୦ ଏମବିପିଏସ ଠାରୁ ଆରମ୍ଭ କରି ୧୦୦ ଏମବିପିଏସ ପର୍ଯ୍ୟନ୍ତର ପ୍ଲାନ ଅଛି । ବର୍ଷକ ପାଇଁ ୩୮୦୦ ଟଙ୍କାରୁ ଆରମ୍ଭ କରି ୫୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ମୂଲ୍ୟ । ଏହି ସ୍ପୀଡ ସହ ୧୮ ମାସ ଭ୍ୟାଲିଡିଟିର ମୂଲ୍ୟ ରହିଛି ୬ ହଜାର ୭୮୬ ଟଙ୍କା । ଯେବେକି ୫୦ ଏମବିପିଏସ ଵାଲା ପ୍ଲାନ ଗୁଡିକର ମୂଲ୍ୟ କଥାକ୍ରମେ ୩୯୯୯ ଟଙ୍କା, ୫୯୯୯ ଟଙ୍କା, ୮୨୫୦ ଟଙ୍କା ରହିଛି । ଯଦି ମାସିକ ଭାବରେ ଦେଖିବେ ଏହି ପ୍ଲାନ ଗୁଡିକରେ ଉପଭୋକ୍ତାଙ୍କୁ ଯଥାକ୍ରମେ ୫୬୫ ଟଙ୍କା, ୪୨୪ ଟଙ୍କା ଓ ୩୮୮ ଟଙ୍କା ହିଁ ଦେବାକୁ ପଡିବ ।

୬୦ ଏମବିପିଏସ ଵାଲା ପ୍ଲାନ ଗୁଡିକରେ ୟୁଜର୍ସ ମାନଙ୍କୁ ୯ ମାସ, ୧୨ ମାସ, ୧୫ ମାସ ଅବଧି ପାଇଁ ୪୯୯୮ ଟଙ୍କା, ୬୪୮୫ ଟଙ୍କା ଦେବାକୁ ହେବ । ଯେବେକି ୧୫ ମାସ ପାଇଁ ପ୍ରତିମାସ ୪୨୩ ଟଙ୍କା ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.