IRCTCର ନୂଆ ବର୍ଷ ଅଫର, ଦେଶର ବିଭିନ୍ନ ଧାର୍ମିକ ସ୍ଥଳ ମାନଙ୍କୁ ବୁଲିବାକୁ ମିଳିବ ଶସ୍ତା ଟୁର ପ୍ୟାକେଜ

ଭାରତୀୟ ରେଳ ବିଭାଗର ଖାଦ୍ୟପେୟ ଓ ପର୍ଯ୍ୟଟନ ନିଗମ ବା ଆଇଆରସିଟିସି ରେଳ ଯାତ୍ରୀଙ୍କ ପାଇଁ ନୂଆ ବର୍ଷ ଅବସରରେ କେତେ ଗୁଡିଏ ସ୍ୱତନ୍ତ୍ର ତଥା ଶସ୍ତା ପ୍ୟାକେଜ ଆଣିଛି । ଏହି ପ୍ୟାକେଜ ଅନୁଯାୟୀ ଲୋକ ମାନଙ୍କୁ ବିଭିନ୍ନ ଧାର୍ମିକ ତଥା ଐତିହାସିକ ପର୍ଯ୍ୟଟନ ସ୍ଥଳ ବୁଲିବା ପାଇଁ ଭଲ ସୁଯୋଗ ମିଳିପାରିବ | ପୁରୀ ଜଗନ୍ନାଥ ମନ୍ଦିର, ସିରିଡ଼ି, ଶନି ସିଂହାପୁର, ଦକ୍ଷିଣ ଭାରତର ମହାବଳୀ ପୁରମ, ରାମେଶ୍ୱରମ ପରି ସ୍ଥାନ ମାନଙ୍କୁ ଯିବାକୁ ଚାହୁଁଥିବା ଯାତ୍ରୀ ମାନଙ୍କୁ ନିଜ ଇଚ୍ଛା ଅନୁସାରେ ମଧ୍ୟ ପ୍ୟାକେଜ ଚୟନ କରିପାରିବେ । ସିରିଡ଼ି ସ୍ଥିତ ସାଇମନ୍ଦିରକୁ ବର୍ଷ ତମାମ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇଥାନ୍ତି । ଏଥିପାଇଁ ବି ଆଇଆରସିଟିସି ସ୍ପେଶାଲ ପ୍ୟାକେଜ ଜାରି କରିଛନ୍ତି ।

irctc

ନୂଆଦିଲ୍ଲୀ ଜନ୍ସନରୁ ଜାନୁଆରୀ ୮ ତାରିଖ ୯ ଟା ପାଖପାଖି ସମୟରେ କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ବାହାରିବ । ଏହି ପ୍ୟାକେଜ ମାଧ୍ୟମରେ ଲୋକେ ଶିରିଡି ସମେତ ଶନି ସିଂହାପୁର ଧାମ ମଧ୍ୟ ବୁଲି ପାରିବେ । ଏଥିପାଇଁ ଜଣଙ୍କ ପିଛା ପ୍ରାୟ ୧୪ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

ଦକ୍ଷିଣ ଭାରତ ଭ୍ରମଣ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଏହାର ଆରମ୍ଭ ୩ ଜାନୁଆରୀ ରୁ ହିଁ ଆରମ୍ଭ ହେବ । ୭ ରାତି ୮ ଦିନ ବିଶିଷ୍ଟ ଏହି ପ୍ୟାକେଜରେ ରାମେଶ୍ୱରମ ଠାରୁ ଆରମ୍ଭ କରି ତିରୁଚିଲ୍ଲାପାଲ୍ଲୀ, ତାଞ୍ଜାଭୁର, ମଦୁରାଇ, କନ୍ୟାକୁମାରୀ, ତ୍ରିଭେନ୍ଦ୍ରମ, ମହାବଲିପୁରମ ଓ କାଞ୍ଚିପୁରମ ପରି ଧାର୍ମିକ ସ୍ଥଳ ମାନଙ୍କୁ ବୁଲିବାର ବ୍ୟବସ୍ଥା କରାଯାଇଛି । ଏଥିରେ ଦଳ ହିସାବରେ ଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଷ୍ଟାଣ୍ଡାର୍ଡ କ୍ୟାଟେଗୋରୀର ଦର ୭୫୬୦ ଟଙ୍କା ରହିବ ବୋଲି ଜଣାଯାଇଛି ।

irctc

ଶ୍ରୀ ଜଗନ୍ନାଥ ଧାମ ପୁରୀ ଠାରୁ ଆରମ୍ଭ କରି ବିହାରର ଗୟା, ବିଶାଖାପାଟନମ ପରି ସ୍ଥାନ ମାନଙ୍କୁ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଆଇଆରସିଟିସି ତରଫରୁ ମଧ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଏହି ଟୁରର ଆରମ୍ଭ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଖର୍ଚ୍ଚ ପାଖାପାଖି ୯,୪୫୦ ଟଙ୍କା ରହିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.