Below header

ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଗ୍ରାହକଙ୍କୁ ଦେଲା ଖୁସି ଖବର, ଏବେ କମିଯିବ ଇଏମ୍‌ଆଇ ବୋଝ

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ । ଏବେ ସୁଧ ରେଟ୍‌ରେ ବ୍ୟାଙ୍କ୍‌ ୦.୨୦ ପ୍ରତିଶତ ହ୍ରାସ କରିଛି । ଫଳରେ ଗ୍ରାହକ ସବୁ ପ୍ରକାର ହୋମ୍‌ ଲୋନ୍‌ ଓ ନନ୍‌ ହୋମ୍‌ ଲୋନ୍‌ ଉପରେ ଏହି ରହାତି ପାଇ ପାରିବେ ।

ଯାହାଦ୍ୱାରା ଗ୍ରାହାକଙ୍କୁ ଇଏମ୍‌ଆଇ ଉପରେ ପୂର୍ବ ଅପେକ୍ଷା କମ୍‌ ଅର୍ଥ ଦେବାକୁ ପଡ଼ିବ । ୧୨ ଜୁନ୍‌ ୨୦୨୦ରୁ ସୁଧ ଉପରେ ଏହି ରିହାତି ଲାଗୁ ହେବ ବୋଲି ଶୁକ୍ରବାର ବ୍ୟାଙ୍କ୍‌ ପକ୍ଷରୁ ଘୋଷଣା କରାଯାଇଛି ।

ବ୍ୟାଙ୍କ୍‌ ବେତନଭୋଗୀ ଗ୍ରାହକଙ୍କ ପାଇଁ ସୁଧ ରେଟ୍‌ ୭.୬୫ ରୁ ୭.୯୫ରେ ରଖିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କରୋନ ସଙ୍କଟକୁ ଦୃଷ୍ଟିରେ ରଖି ମାସେ ତଳେ ରେପୋ ରେଟ୍‌ ୦.୪୦ ପ୍ରତିଶତକୁ ହ୍ରାସ କରିଥିଲେ । ଯାହା ଫଳରେ ବ୍ୟାଙ୍କ୍‌ଗୁଡିକ ସୁଧ ରେଟ୍‌ରେ ହ୍ରାସ ଆଣିଛନ୍ତି । ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ୍‌ ମଧ୍ୟ ତା’ର ଗ୍ରାହାକଙ୍କ ପାଇଁ ସୁଧ ରେଟ୍‌ରେ ହ୍ରାସ ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.