Below header

ନୟାଗଡ: ପୁଣି ଚାନ୍ଦପୁର ଥାନା ଅଧିକାରୀଙ୍କ ନାଁରେ ଅଭିଯୋଗ, ନ୍ୟାୟପାଇଁ ୭୮ ବର୍ଷୀୟ  ବୃଦ୍ଧାଙ୍କୁ କରୁଥିଲେ ଅବହେଳା, ସମ୍ବାଦିକ ପଚାରିବାରୁ ଦେଖାଇଲେ ତୋଡ

ଟାଙ୍ଗୀ(କେନ୍ୟୁଜ୍): କୋଭିଡ଼-୧୯ କୁ ନେଇ ସରକାର ବରିଷ୍ଠ ନାଗରିକ ମାନଙ୍କୁ ଘରେ ରହିବା ନେଇ ସତେତନତା ଓ ନିର୍ଦ୍ଦେଶ ନାମା ଜାରି କରିଥିଲେ ମଧ୍ୟ  ଜଣେ ୭୮ ବର୍ଷ ର ବୃଦ୍ଧାଙ୍କୁ ବାରମ୍ବାର ଥାନାକୁ ଡାକି ହଇରାଣ କରୁଛନ୍ତି ଥାନା ଅଧିକାରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛିନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାରେ । ଲକଡାଉନ ସମୟରେ ଜଣେ ହରିଜନ ବୃଦ୍ଧଙ୍କ ପୋଲିସ ମାଡରେ ହାତ ଭାଙ୍ଗିବା ଘଟଣାରେ ଯେମିତି ସେହି ବୃଦ୍ଧଙ୍କୁ ବାରମ୍ବାର ଥାନାକୁ ଡକାଇ ହିଇରଣ ହରକତ କରୁଥିଲେ ଠିକ ସେମିତି ଜମିବାଡି  ମାମଲାରେ ଜଣେ  ପୁତୁରାଙ୍କ ଦ୍ବାରା ମାଡଖାଇ ଲହୁଲୁହାଣ ହୋଇଥିବା ଜଣେ  ୭୮ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଥାନାକୁ ଡକାଇ ହଇରାଣ କରୁଥିଲେ। ଯାହକୁନେଇ ସାମ୍ବାଦିକ ମାନେ ଚାନ୍ଦପୁର ଥାନା ଆଇଆଇସିଙ୍କୁ ପଚାରିବାରୁ ଆଇଆଇସି ସାମ୍ବାଦିକଙ୍କୁ ଦେଖାଇଥିଲେ ତୋଡ।

ମିଳିଥିବା ସୂଚନା ମୁତାବକ ଚାନ୍ଦପୁର ଥାନା ଅନ୍ତର୍ଗତ ମୟୁରଝାଲିଆ ଗ୍ରାମର ୭୮ ବର୍ଷିଆ ବୃଦ୍ଧା କୁମୁଦିନୀ ସାହୁ ସ୍ୱାମୀ ବିୟୋଗ ପରେ ତାଙ୍କ କେହି ପିଲାଛୁଆ ନାହାଁନ୍ତି । ସେ ଏକା ରହୁଥିବା ବେଳେ ଏହାର ସୁଯୋଗ ନେଇ  ସମ୍ପର୍କିୟ ୨ଜଣ ପୁତୁରା ଓ ପୁତୁରା ବୋହୂ କୁମୁଦିନୀଙ୍କୁ ମାଡ଼ ମାରିବା ସହ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଚାନ୍ଦପୁର ଥାନାରେ ୧୦.୬.୨୦୨୦ରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ଚାନ୍ଦପୁର ପୋଲିସ ଅଭିଯୁକ୍ତକୁ ଥାନାକୁ ନ ଡାକି ଅଭିଯୋଗ କାରିଣୀ ୭୮ ବର୍ଷିଆ ବୃଦ୍ଧାଙ୍କୁ ଥାନାକୁ ଡାକି ବାରମ୍ବାର ହଇରାଣ କରିବା ସହ ଘଟଣାର ଆପୋଷ ସମାଧାନ କରିବା ଲାଗି ପୋଲିସ ବାବୁ ଚାପ ପ୍ରୟୋଗ କରିଆସୁଥିଲେ। ଗତ ୪ଦିନ ବିତିଯାଇଥିଲେ ମଧ୍ୟ ଅସହାୟ ବୃଦ୍ଧା ଜଣଙ୍କ ଚାନ୍ଦପୁର ଥାନାରୁ ନ୍ୟାୟ ନପାଇ ନିରାଶ ହୋଇ ଥାନା ବାହାରେ ବସି କାନ୍ଦୁଥିଲେ। ଯାହାକୁ କିଛି ଗଣମାଧ୍ୟମର ପ୍ରତିନିଧି ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ବୃଦ୍ଧା ଜଣଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ବୃଦ୍ଧା ଜଣକ କୋହଭରା କଣ୍ଠରେ ପୋଲିସ ବାବୁ ତାଙ୍କ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଥିଲେ।

ଯଦି ବୃଦ୍ଧା ଜଣଙ୍କୁ ନ୍ୟାୟ ନମିଳେ ତେବେ ସେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଗଣମାଧ୍ୟ ପ୍ରତିନିଧିଙ୍କ ସାମ୍ନାରେ  ଚେତାବନୀ ଦେଇଥିଲେ। ଏନେଇ  ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ନେବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏ କେସ୍ ବିଷୟରେ ସେ ଜାଣିନଥିବା କହିବା ସହ ଅଶ୍ଳୀଳ ବ୍ୟବହାର କରିଥିଲେ । ପୂର୍ବରୁ ମଧ୍ୟ ଚାନ୍ଦପୁର ପୋଲିସ ନାଁରେ କର୍ତ୍ତବ୍ୟର ଦୂରୁପଯୋଗ  ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସମୟରେ ପୋଲିସକୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇଛି, ଯିଏ ଏହି ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେଇ ଅମାନିଆଙ୍କୁ ସାବାଡ କରିବ। କିନ୍ତୁ ଚାନ୍ଦପୁର ପୋଲିସ ଯୋଦ୍ଧାର କର୍ତ୍ତବ୍ୟ କଣ ଭୁଲି ଯାଇ ନୀରିହ ଲୋକଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି।  ଥାନାର କିଛି  କର୍ମଚାରୀ ଲକଡାଉନ ବେଳେ  ଜଣେ ବୃଦ୍ଧଙ୍କୁ  ମାଡ ମାରି ହାତ ଭାଙ୍ଗି ଦେଇଥିଲେ। ଯାହା ଆମେ ଗତ ୧୪ ମେରେ କେନ୍ୟୁଜରେ ପ୍ରସାରଣ କରିଥିଲୁ। କିନ୍ତୁ ସେହି  କେସର ନ୍ୟାୟ ନମିଳିଥିବା  ବେଳେ ପୁଣି ଏକ କେସକୁ ଅବହେଳା କରୁଥିବାରୁ ସାମ୍ବାଦିକ ମାନେ ପଚାରିଥିଲେ। ହେଲେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ନିଆଁ ବାଣ ହୋଇ ମୁଁ କୋଉ କେସ ବିଷୟରେ ଜାଣି ନାହିଁ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.