ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଜ ପ୍ରିମିୟମ ଅର୍ଥ ବଢାଇ ପାରନ୍ତି ସ୍ୱାସ୍ଥ୍ୟବୀମା କମ୍ପାନୀ

ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ଭାରି ପ୍ରଦୂଷଣ କାରଣରୁ ଦିନକୁ ଦିନ ରୋଗର ମାତ୍ରା ବଢିବା ସହ ରୋଗୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।  ଯାହାଦ୍ୱାରା ଲୋକେ ନିଜ ନିଜ ସ୍ୱାସ୍ଥ୍ୟ ବୀମା ଗୁଡିକର ମଧ୍ୟ ଭରପୁର ଫାଇଦା ଉଠାଉଥିବା ନଜର ଆସୁଛି ।  ଏପରି ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାନେ ନିଜ ନିଜ ପ୍ରିମିୟମର ମାତ୍ରା ବଢାଇବା ବିଷୟରେ ଚିନ୍ତା କରୁଛନ୍ତି ।  ବହୁ ଶୀଘ୍ର କମ୍ପାନୀ ରାଷ୍ଟ୍ରୀୟ ସ୍ଥରରେ ୫ ପ୍ରତିଶତ ପର୍ଯ୍ୟନ୍ତ ନିଜ ପ୍ରିମିୟମ ବଢାଇପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।  ଏଯାବତ ବୀମା କମ୍ପାନୀ ଗୁଡିକ ନିକଟରେ ବାୟୁ ପ୍ରଦୂଷଣରେ ପୀଡିତ ରୋଗୀଙ୍କ ବିଷୟରେ କୌଣସି ତଥ୍ୟ ପହଞ୍ଚି ପାରିନାହିଁ ।

pollution

ଏମିତିକି ଦିଲ୍ଲୀ- ଏନସିଆର ପ୍ରଶାସନ ପାଖରେ ମଧ୍ୟ ସେପରି କୌଣସି ତଥ୍ୟ ନାହିଁ ।  ବାୟୁ ପ୍ରଦୂଷଣ ଦ୍ୱାରା ପୀଡିତ ହୋଇ ଡାକ୍ତରଖାନାରେ କୌଣସି ରୋଗୀ ଭର୍ତ୍ତି ହୋଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିପାରିନାହିଁ ।  କିନ୍ତୁ କିଛି ଦିନ ହେବ ସାଧାରଣ ଲୋକେ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଲକ୍ଷ କରାଯାଉଛି ।  ଏପରି ସାଙ୍ଘାତିକ ଅବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବାସୀ ନିଜ ନିଜର ସ୍ୱାସ୍ଥ୍ୟବୀମା କରାଇବାରେ ଲାଗି ପଡିଛନ୍ତି ।  କ୍ଲେମ ମାନଙ୍କ ସଂଖ୍ୟା ବଢ଼ିବାରୁ ବୀମା କମ୍ପାନୀ ମାନଙ୍କର ସେଟଲମେଣ୍ଟ ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଛି । କମ୍ପାନୀ ପ୍ରଦୂଷଣ ଦ୍ୱାରା ଯେଉଁ ମାନେ ଅଧିକ ପୀଡିତ ହେବାର ଆଶଙ୍କା ରହିଛି ସେମାନଙ୍କର ପ୍ରିମିୟମ ମାତ୍ରାକୁ ବଢାଇବା ପାଇଁ ସ୍ଥିର କରିଛି ।

pollution

ସେମାନଙ୍କ ଭିତରେ ଅଛନ୍ତି ଛୋଟ ପିଲା, ବୟସ୍କ ବ୍ୟକ୍ତି, ପୂର୍ବରୁ ଶ୍ୱାସ ରୋଗରେ ପୀଡିତ ଥିବା ବ୍ୟକ୍ତି ଓ ସବୁବେଳେ ଖୋଲାରେ କାମ କରୁଥିବା ଲୋକ ।
ପ୍ରଦୂଷଣ କାରଣରୁ ବ୍ରୋଙ୍କାଇଟିସ, ଆସ୍ଥମା ଓ ଲଙ୍ଗ କ୍ୟାନ୍ସର ପରି ରୋଗ ଅଧିକ ହେଉଥିବାର ଦେଖା ଦେଇଥାଏ ।  ଏପର୍ଯ୍ୟନ୍ତ ଭାରତରେ ସ୍ଥାନ ବିଶେଷରେ ବୀମା ହେବାର ବ୍ୟବସ୍ଥା କରାଯାଇନାହିଁ ।  କିନ୍ତୁ କିଛି କିଛି ସ୍ଥାନରେ ପ୍ରଦୂଷଣ ମାତ୍ରା ଦିନ କୁ ଦିନ ଅତ୍ୟଧିକ ବଢୁଥିବାକୁ ଦୃଷ୍ଟିରେ ରଖି ହିଁ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ସ୍ଥିର ହୋଇଛି ।  ବୀମା ନିୟାମକ ସଂସ୍ଥା ଆଇଆରଡିଏଆଇ ମଧ୍ୟ ସ୍ଥାନ ବିଶେଷରେ ବୀମା ଅର୍ଥ ରାଶିରେ ପରିବର୍ତ୍ତନ କରିବାର ଅନୁମତି ଦିଏ ।

ଏହା ସହ ପଢନ୍ତୁ: ଇସ୍ରାଏଲର ରକେଟ୍ ମାଡରେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନର ମୁଖ୍ୟ ଅବୁ ଅଲ୍ ଅତା ନିହତ

ମାକ୍ସ ବୁପା ହେଲ୍ଥ ଇନ୍ସୁରାନ୍ସ କମ୍ପାନୀର ଏମଡି ଆଶିଷ ମଲହୋତ୍ରା ନିଜ ପ୍ରତିକ୍ରିୟାରେ କହିଛନ୍ତିକି ବୀମା କମ୍ପାନୀ ମାନେ ଭିନ୍ନ ଭିନ୍ନ ଜୋନ ହିସାବରେ ଭିନ୍ନ ଭିନ୍ନ ବୀମା ବ୍ୟବସ୍ଥା କରି ପାରିବେ ।  ଯାହାଦ୍ୱାରା ଅଧିକ ପ୍ରଦୂଷିତ ସ୍ଥାନରେ ଲୋକେ ଅଧିକ ପ୍ରିମିୟମ ଦେଉଥିବା ବେଳେ ଅପେକ୍ଷାକୃତ କମ ପ୍ରଦୂଷିତ ସ୍ଥାନରେ ଲୋକଙ୍କୁ କମ ପ୍ରିମିୟମ ଦେବାକୁ ପଡିବ ।  ଯାହା ଲୋକକୁ ବିଶେଷ ସହାୟତା କରିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.