ଦମଦାର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କଲା Hero, ଥରେ ଚାର୍ଜ ହେଲେ ଚାଲିବ ୨୧୦ KM

ହିରୋ କମ୍ପାନୀ ପୁଣି ଥରେ ଦେଶରେ ଏକ ଇଲେକ୍ଟ୍ରିକ ସ୍କୁଟର Nyx -hx ଲଞ୍ଚ କରିଛି । ଆକର୍ଷକ ଲୁକ ଓ ଦମଦାର ମାଇଲେଜ ଦେଉଥିବା ଏହି ଇଲେକ୍ଟ୍ରିକ ସ୍କୁଟରର ମୂଲ୍ୟ ୬୩ ହଜାର ୯୯୦ ଟଙ୍କାରୁ ଆରମ୍ଭ ହେବ ବୋଲି ଜଣାଯାଇଛି | କହିରଖିବା ଉଚିତ ହେବକି, ଏହି ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ new city speed ସେଗମେଣ୍ଟ ଭିତରେ ହିଁ ଲଞ୍ଚ କରିଛି । ଯାହା ମଧ୍ୟରେ Optima -hx, Nyx -hx ଓ Photon -hx ସାମିଲ ଅଛି ।

ପ୍ରକୃତରେ ହିରୋର ଏହି ଇଲେକ୍ଟ୍ରିକ ସ୍କୁଟର ସେଗମେଣ୍ଟକୁ ବି ଗ୍ରାହକ ମାନେ ବି ଖୁବ ପସନ୍ଦ କରିଥିବା ଦେଖାଦେଉଛି । ଆଉ ଏହାର ଡ୍ରାଇଭିଙ୍ଗ ରେଞ୍ଜ ହିଁ ବିଶେଷ ଭାବରେ ସମସ୍ତଙ୍କୁ ଅଧିକ ଆକର୍ଷିତ କରୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଥରେ ଚାର୍ଜ ହେଲେ ଏହା ପାଖାପାଖି ୨୧୦ କିମି ପର୍ଯ୍ୟନ୍ତ ଚାଲିପାରିବାର କ୍ଷମତା ରଖିଛି । ଯେବେକି ପୂର୍ବରୁ ଏହି ଧରଣର ବାଇକ ମାତ୍ର ୮୨ କିମି ପର୍ଯ୍ୟନ୍ତ ମାଇଲେଜ ହିଁ ଦେଉଥିଲା । ଏହି ସ୍କୁଟର ଟିରୁ ସିଟ କାଢି ମଧ୍ୟ ବ୍ୟବହାର କରାଯାଇପାରିବ ।

hero electric bike

ହିରୋ ଇଲେକ୍ଟ୍ରିକ ସ୍କୁଟରରେ ୪ ଲେବଲ ଅନ ଡିମାଣ୍ଡ ସ୍ମାର୍ଟ କନେକ୍ଟିଭିଟି ସଲ୍ୟୁସନ ସହ ବ୍ଲୁ ଟୁଥ ଇନ୍ତରଫରେନ୍ସ, ହାଇ ରିମୋଟ ସର୍ଭିଲେନ୍ସ ସମେତ ଡାଇଗ୍ନୋସ୍ଟିକ ସଲ୍ୟୁସନର ପ୍ରୟୋଗ ବି କରାଯାଇଛି । ଏହି ବାଇକ ଗୁଡିକର ଲମ୍ବ ୧୯୭୦ ମିମି, ଚୌଡା ୭୪୫ ମିମି, ଓ ଉଚ୍ଚତା ୧୧୪୫ ମିମି ଥିବା ବେଳେ ଏହାର ଓଜନ ୭୫୫ କିଲୋଗ୍ରାମ ପର୍ଯ୍ୟନ୍ତ ରହିଛି । ଏହା ସହ ଦମଦାର ପରଫରମନ୍ସ ପାଇଁ ଡିଜିଟାଲ ସ୍ପିଡୋମିଟର, ପଛ ରାଇଡ଼ର ପାଇଁ ତିନି ଗ୍ରଵରେଲ ସହ ବୋତଲ ହୋଲଡ଼ରର ବି ସୁବିଧା ରହିଛି । ଏହି ସ୍କୁଟରରେ ୧.୩୪ kWh ବ୍ୟାଟେରୀ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ଯାହାକି ମାତ୍ର ଥରେ ଚାର୍ଜ ହେଲେ ୧୦୦ କିମି ଯାଏଁ ସୀମା ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.