Below header

ପୋଷ୍ଟଅଫିସ ଏଟିଏମ୍‌ ଭିତରେ ନାଗସାପ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

କୁଚିଣ୍ଡା(କେନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପଞ୍ଚମୁଖୀ ଛକରେ ଥିବା ପୋଷ୍ଟ ଅଫିସର ଏଟିଏମ୍‌ରୁ  ନାଗସାପ ଉଦ୍ଧାର କଲେ ବନବିଭାଗ। ଟଙ୍କା କାଢିଲା ବେଳେ ଲୋକେ ଏକ ୫ ଫୁଟ ଲମ୍ବର ନାଗସାପ ଥିବାର ଦେଖିଥିଲେ । ଯାହାଦ୍ୱାରା ଲୋକମାନେ ସେଠାରେ ଆଉ ଟଙ୍କା ନକାଢି ଆଖପାଖରେ ଥିବା ଲୋକଙ୍କୁ ଜଣାଇଥିଲେ। ପରେ ସମସ୍ତେ ମିଶି ସ୍ନେକ୍‌ ହେଲ୍ପ ଲାଇନକୁ ଖବର ଦେଇଥିଲେ।

ଖବର ପାଇ ବନବିଭାଗ ର ରେଞ୍ଜର ଗଗନ ବିହାରୀ ମଲ୍ଲିକ କର୍ମଚାରୀମାନଙ୍କ ସହିତ ଆସି ବହୁତ ଖୋଜା ଖୋଜି କରିଥିଲେ ହେଲେ ସାପଟିକୁ ପାଇ ନଥିଲେ। ଏଟିଏମ ସାମ୍ନାରେ ସୂଚନା ଫଳକ ଲଗାଇ ଦେଇଥିବାରୁ ଲୋକମାନେ ଯାଉ ନଥିଲେ। ସୂଚନା ମୁତାବକ ୪ ଦିନ ଧରି ବହୁତ ଖୋଜାଖୋଜି କରିବା ପରେ ଆଜି ନାଗସାପଟିକୁ ଉଦ୍ଧାର କରାଯାଇଛି। ବନବିଭାଗ ପକ୍ଷରୁ ଉକ୍ତ ସାପଟିକୁ ଉଦ୍ଧାର କରାଯିବା ପରେ ପାଖ ଜଙ୍ଗଲରେ ଛାଡିଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.