Below header

ଦୀପାବଳିରେ ମାର୍କେଟକୁ ଆସିବ Nissanର କମ୍ପାକ୍ଟ SUV Magnite, ଦାମ ଏତେ କମ ଯେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଜାପାନର କାର ନିର୍ମାତା କମ୍ପାନୀ Nissan India ଭାରତରେ ନିଜ କମ୍ପାକ୍ଟ SUV Magniteକୁ ଦୀପାବଳି ପାଖାପାଖି ଲଞ୍ଚ କରିବ। Magnite Renault-Nissanର CMF A + ମଡ୍ୟୁଲାର ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି। ନିସାନ ଭାରତର ପ୍ରଥମ କାର ଯେଉଁଥିରେ Nissanର ନୂଆ Logoର ବ୍ୟବହାର କରାଯାଇଛି।

Nissan Magnite ଦାମ

ଏହି କାର ଭାରତରେ Nissanର ସବୁଠାରୁ ଛୋଟ ଏବଂ ସବୁଠାରୁ ଶସ୍ତା SUV ହେବ। ଯଦିଓ ଏହାର ଦାମ କେତେ ରହିବ ତାହା ଏପର୍ଯ୍ୟନ୍ତ ଅଫିସିଆଲ ଭାବରେ ଘୋଷଣା କରାଯାଇନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ ଲଞ୍ଚ ବେଳକୁ ଏହାର ଏହାର ପ୍ରାରମ୍ଭିକ ଦାମ ୫,୨୦ ଲକ୍ଷ ଟଙ୍କା କରାଯାଇପାରେ। ସେହିପରି ଏହାର ଅଟୋମେଟିକ ଭେରିୟଣ୍ଟ ଦାମ ମଧ୍ୟ ୬ ଲକ୍ଷ ଟଙ୍କାରୁ କମ୍‌ ଦାମରେ ଆସିପାରେ।

Nissan Magnite ଡିଜାଇନ

Magniteରେ LED ପ୍ରୋଜେକ୍ଟର ହେଡଲ୍ୟାମ୍ପସ,  L ସେପର LED DRLs, LED ଟର୍ନ ଇଣ୍ଡିକେଟର୍ସ, LED ଫଙ୍ଗ ଲ୍ୟମ୍ପସ, ଇଞ୍ଚର ଡାଇମଣ୍ଡ-କଟ ଅଲୟ ହ୍ଵିଲ, ସାମ୍ନା ଫେଣ୍ଡର ଉପରେ Magniteର ବ୍ୟାଜିଙ୍ଗ ସାମିଲ ରହିଛି।

Nissan Magnite ଫିଚର୍ସ

ଏହି ଏସୟୁଭି ସେଗମେଣ୍ଟର ପ୍ରଥମ ଫିଚର୍ସ ବିଷୟରେ କହିବା ତ ଏଥିରେ ୮.୦ ଇଞ୍ଚ ଟଚସ୍କ୍ରିନ ଇମଫୋଟେନମେଣ୍ଟ ସିଷ୍ଟମ ଦିଆଯିବ। ଏହାଛଡା କନେକଟେଡ କାର ଟେକ୍ନୋଲୋଜି ମଧ୍ୟ ମିଳିବ। ସେହିପରି ୩୬୦ ଡିଗ୍ରୀ କ୍ୟାମେରା ଭ୍ୟୁ, କୃଜ କଣ୍ଟ୍ରୋଲ ଭଳି ଫିଚର୍ସ ମଧ୍ୟ ଏଥିରେ ସାମିଲ କରାଯାଇଛି।

କ୍ଲାଇମେଟ କଣ୍ଟ୍ରୋଲ ପାଇଁ ତିନୋଟି ବଡ ନବ୍ସ, କ୍ଲାଇମେଣ୍ଟ କଣ୍ଟ୍ରୋଲ ନବ୍ସ ଅନୁଯାୟୀ ଇଞ୍ଜିନ ପୁଶ ବଟନ ଷ୍ଟାର୍ଟ ମଧ୍ୟ ମିଳିବ। ଏହାବ୍ୟତୀତ ଟ୍ରାୟାର ପ୍ରେସର ମନିଟରିଙ୍ଗ ସିଷ୍ଟମ,ୱେଲକମ ଏନିମେସନ, ମଲ୍ଟି ଫଙ୍କସନ ସ୍ଟିୟରିଙ୍ଗ ହ୍ଵିଲ, ଡୁଆଲ ଏୟାରବ୍ୟାଗ, EBD ସିଷ୍ଟମ ସହିତ ଆଣ୍ଟି ବ୍ଲାକ ବ୍ରେକିଙ୍ଗ ସିଷ୍ଟମ, ସ୍ପିଡ କଣ୍ଟ୍ରୋଲ, ହିଲ ଷ୍ଟାର୍ଟ ଆସିଷ୍ଟ, ଟ୍ରାକସନ କଣ୍ଟ୍ରୋଲ ମଧ୍ୟ ସାମିଲ ରହିଛି।

Nissan Magnite ଇଞ୍ଜିନ

Magniteରେ ଦୁଇ ଇଞ୍ଜିନର ବିକଳ୍ପ ମିଳିପାରେ। କିନ୍ତ ଏବେ ପଯ୍ୟର୍ନ୍ତ ଇଞ୍ଜିନକୁ ନେଇ କୌଣସି ଅଫିସିଆଲ ଭାବରେ ଘୋଷଣା କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.