Below header

ସୁବର୍ଣ୍ଣପୁର: ନିଜ କାମ ନିଜେ କରି ପ୍ରଶଂସିତ ହେଲେ ଯୁବପିଢୀ, ଆରଡି ରୁ ହିଲୁଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ କଲେ ସଫା

ସୁବର୍ଣ୍ଣପୁର: ନିଜ କାମ ନିଜେ କରି ପ୍ରଶଂସା ସାଉଁଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜାପୁର ବ୍ଲକ ହିଲୁଙ୍ଗ ଗାଁର ଯୁବଗୋଷ୍ଠୀ। ଗାଁ ରାସ୍ତା ସଫା କରିବା ସହିତ ଅଳିଆ ଆବର୍ଜନା ହୋଇ ପଡିରହିଥିବା ଆରଡି ରୁ ହିଲୁଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ ଏମାନେ ସଫା କରିଛନ୍ତି।

subernapur

ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆଜିକୁ ୭ ମାସରୁ ଉର୍ଦ୍ଧ୍ବ ସମୟ ହେବ ରାସ୍ତାର ଉଭୟ ପାର୍ଶ୍ୱରେ ଅନାବନା ଗଛ ଉଠ ସଂକିର୍ଣ୍ଣ ହୋଇଯାଇଥିଲା। ଏହା ସହିତ ଖାଲ ଖମାରେ ପରିପୂର୍ଣ୍ଣ ଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଥିଲା ଓ ଏହି କାରଣରୁ ଅନେକ ସମୟରେ ଗ୍ରାମବାସୀ ଦୁର୍ଘଟଣାର ଶିକାର ହେଉଥିଲେ।

ଏହି ସବୁ ଅସୁବିଧା ଯୋଗୁଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରୀ କରି ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ। ପରେ ବାଧ୍ୟ ହୋଇ ଗାଁର ଯୁବକମାନେ ନିଜେ ବାହାରି କାମ କରିଛନ୍ତି। ଏହଭଳି ଲୋକାଭିମୁଖୀ କାମ କରିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.