Below header

ଏହି ଖାସ୍ ନୋଟ ଆପଣଙ୍କୁ କରିପାରେ ଲକ୍ଷପତି, ଜାଣନ୍ତୁ କେମିତି ଓ କେଉଁଠି କରିବେ ନିଲାମ

ଆପଣ ଜାଣିଛନ୍ତି କି ଆପଣଙ୍କ ପକେଟରେ ରହିଥିବା ଏକ ନୋଟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ।ଏହିଭଳି କିଛି ନୋଟ ରହିଛି ଯେଉଁଥିରେ କିଛି ସ୍ପେଶାଲ ସିରିଜ, ସ୍ପେଶାଲ ନମ୍ବର ଏବଂ ପ୍ରେସ ପ୍ରିଣ୍ଟ ବା କିଛି ଖାସ ସିଗ୍ରେଚର ରହିଛି। ଏହିଭଳି ସବୁ ନୋଟକୁ ରେୟର ନୋଟର କ୍ୟାଟଗୋରିରେ ରଖାଯାଇଥାଏ।

NOTE1

ଏହିଭଳି ନୋଟ କେତେକ ୱେବସାଇଟ ମାଧ୍ୟମରେ ନିଲାମ ହୋଇଥାଏ। ସେହିଭଳି ‘786’ ଡିଜିଟ ନମ୍ବର ରହିଥିବା ନୋଟର ଡିମାଣ୍ଡ ସବୁଠାରୁ ଅଧିକ ହୋଇଥାଏ। ଏହି ଲକି ନମ୍ବର ୧ ଠାରୁ ଆରମ୍ଭ କରି ୨୦୦୦ ପର୍ଯ୍ୟନ୍ତ କୌଣସି ବି ନୋଟରେ ରହିଥାଏ। ଏହିଭଳି କିଛି ନୋଟ ରେୟାର ହେବା ଯୋଗୁଁ ଅଧିକ ଦାମ୍‌ରେ ବିକ୍ରି ହୋଇଥାଏ।

NOTE2

ଏହିଭଳି ନୋଟକୁ ଇ-ବି ବେଳେବେଳେ ନିଲାମ କରୁଥିବା ବେଳେ ଭାରତୀୟ ମୁଦ୍ରାର ବିରଳ ନୋଟକୁ ଇ-ବି ନିଲାମ କରିଥାଏ।ଯଦି ଆପଣଙ୍କ ପାଖରେ ଏହିଭଳି ନୋଟ ରହିଛି ତେବେ ଯେକୌଣସି ୱେବସାଇଟ ମାଧ୍ୟମରେ ଏହି ନିଲାମିରେ ଭାଗ ନେଇ ରୋଜଗାର କରିପାରିବେ। ସେହିପରି ‘786’ ଡିଜିଟ ନମ୍ବର ନୋଟର ନିଲାମି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟରେ ହୋଇଥାଏ।

NOTE3

ନୋଟ ଗୁଡିକରେ ସମସ୍ତ ଅଙ୍କର ସିରିଜ ସମାନ ହୋଇଥିବା ବେଳେ କିଛି ୧୦ ଟଙ୍କିଆ ନୋଟର ଉପରେ ଏବଂ ତଳେ ଦିଆଯାଇଥିବା ସିରିଜ ଭିନ୍ନ ହୋଇଥାଏ। ଏହିଭଳି ନୋଟର ମୂଲ୍ୟ ୩୩୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।

NOTE4

ଆପଣ ଦେଖୁଥିବା ଏହି ନୋଟକୁ ୧୯୫୧ ମସିହା ପୂର୍ବରୁ ଛପା ଯାଇଥିଲା ଯାହାର ବର୍ତ୍ତମାନ ମୂଲ୍ୟ ୯୯,୯୯୯ ଟଙ୍କା ରହିଛି। ଅଧିକ ପୁରୁଣା ହୋଇଥିବାରୁ ଏହି ନୋଟକୁ ରେୟର ନୋଟ ବୋଲି କୁହାଯାଏ।

NOTE5

ସେହିପରି ବ୍ରିଟିଶ କାଳରେ ଛପା ହୋଇଥିବା ଏହି ନୋଟକୁ ୧୯୧୭ ମସିହାରେ ଇସୁ କରାଯାଇଥିଲା ଯାହାର ମୂଲ୍ୟ ୧୦,୨୫୦ ଟଙ୍କା ରହିଛି।

NOTE6

ଏହିଭଳି ସିରିଜ ରହିଥିବା ନମ୍ବରର ନୋଟର ଦାମ୍‌ ଖୁବ ଅଧିକ ହୋଇଥାଏ। ଆପଣ ଦେଖୁଥିବା ଏହି ଫଟୋରେ ୧୦ ଟଙ୍କିଆ ନୋଟର ସିରିଜ ୧୧୧୧୧୧ ଠାରୁ ଆରମ୍ଭ କରି ୮୮୮୮୮୮ ପର୍ଯ୍ୟନ୍ତ ରହିଛି। ଏହିଭଳି ନୋଟର ଦାମ୍‌ ୨୩୯୯ ଟଙ୍କା ରଖାଯାଇଛି।

NOTE7

ବ୍ରିଟିଶ କାଳରେ ଛପା ହୋଇଥିବା ଏହି ପାଞ୍ଚ ଟଙ୍କିଆ ନୋଟର ମୂଲ୍ୟ ୮୦୦୦୦ ଟଙ୍କା ରହିଛି ଓ ଏହାକୁ ଅନଲାଇନ ୱେବସାଇଟରେ ନିଲାମି ପାଇଁ ରଖାଯାଇଛି।

NOTE8

୧୯୭୦ ମସିହାରେ ଜାରି କରାଯାଇଥିବା ଏହି ୧୦ ଟଙ୍କିଆ ସିଲଭର ମୁଦ୍ରାକୁ ତିଆରି କରିବା ପାଇଁ ୮୦ ପ୍ରତିଶତ ସିଲଭରର ବ୍ୟବହାର କରାଯାଇଥିଲା। ଏହି ମୁଦ୍ରାର ଦାମ୍‌ ୩୫୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.