ଭାରତରେ ଏବେ ସାଇବର ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା : ସର୍ଭେ

କରୋନା ମହାମାରୀ ପରେ ‘ୱାର୍କ ଫ୍ରମ ହୋମ’ ବୃଦ୍ଧି ପାଇଛି, ଯଦିଓ ସାଇବର ସୁରକ୍ଷା ସହ ଜଡିତ ଚ୍ୟାଲେଞ୍ଜ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏହି କାରଣରୁ ସାଇବର ସୁରକ୍ଷା ବର୍ତ୍ତମାନ ଭାରତର ସର୍ବୋଚ୍ଚ କର୍ପୋରେଟ୍ ପ୍ରାଥମିକତା ପାଲଟିଛି । ଏକ ଅଧ୍ୟୟନରେ ଏହା କୁହାଯାଇଛି ।

ସିସ୍କୋର ସଦ୍ୟତମ ଅଧ୍ୟୟନ ‘ଫ୍ୟୁଚର ଅଫ୍ ସିକ୍ୟୁରି ରିମୋଟ ୱାର୍କ ରିପୋର୍ଟ’ ଅନୁଯାୟୀ, କରୋନା ମହାମାରୀ ଆରମ୍ଭରୁ ଭାରତର 73 ପ୍ରତିଶତ ସଂସ୍ଥାକୁ ସାଇବର ଆଟାକ କରିବା କିମ୍ବା ଚେତାବନୀ ଦେବା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଅଧିକାଂଶ ଭାରତୀୟ କମ୍ପାନୀ କାର୍ଯ୍ୟାଳୟ ବାହାରେ ଅନ୍ୟାନ୍ୟା ସୁବିଧା ଯୋଗାଇବାକୁ ପ୍ରସ୍ତୁତ ନୁହଁନ୍ତି ।

ସିସ୍କୋ କହିଛି ଯେ କୋଭିଡ -19କୁ ଦୃଷ୍ଟିରେ ରଖି ପ୍ରାୟ 65 ପ୍ରତିଶତ କମ୍ପାନୀ ସାଇବର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ବିଶ୍ଵବ୍ୟାପୀ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ନିଷ୍ପତ୍ତି ନେଉଥିବା ତିନି ହଜାରରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ସର୍ଭେ ଉପରେ ଏହି ଅଧ୍ୟୟନ ଆଧାରିତ । ଏଥିମଧ୍ୟରେ ଭାରତ ସମେତ ଏସିଆ ପ୍ରଶାନ୍ତ ମହାସାଗରର 13ଟି ବଜାରରୁ 19 ଶହରୁ ଅଧିକ ଲୋକ ଅନ୍ତର୍ଭୁକ୍ତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.