କୋଲକାତାରେ ସୋନୁ ସୁଦଙ୍କୁ ଦିଆଗଲା ସ୍ୱତନ୍ତ୍ର ସମ୍ମାନ, ଦୁର୍ଗାପୂଜା ପେଣ୍ଡାଲରେ କରାଗଲା ଏହି ଅଭିନେତାଙ୍କ ପ୍ରତିମୂର୍ତ୍ତି

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ଦୁର୍ଗାପୂଜା ସମିତି ନିଜ ପେଣ୍ଡାଲରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ମୂର୍ତ୍ତି ନିର୍ମାଣ କରିଛି। ଏହି ସମିତି ଚଳିତବର୍ଷ ପେଣ୍ଡାଲର ଥିମ ‘ପ୍ରବାସୀ ଶ୍ରମିକ’ ରଖିଛି। ଲକଡାଉନ ସମୟରେ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରିଥିବା ପ୍ରବାସୀ ଶ୍ରମିକମାନଙ୍କ ଦୁଃଖ ବର୍ଣ୍ଣନା କରାଯିବାକୁ ଏଥିରେ ପ୍ରୟାସ କରାଯାଇଛି।
କହି ରଖୁଛୁ, କରୋନା ଭାଇରସ ସଂକ୍ରମଣକୁ ନଜରରେ ରଖି ଦେଶରେ ଯେତେବେଳେ ଯାତାୟାତର ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା, ସେତେବେଳେ ଅଭିନେତା ସୋନୁ ସୁଦ ନିଜ ଗାଁ, ସହରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ବହୁତ ସାହାଯ୍ୟ କରିଥିଲେ। ଯେଉଁ କାରଣରୁ ତାଙ୍କୁ ‘ଶ୍ରମିକଙ୍କ ଭଗବାନ’ ବୋଲି ବି କୁହାଯାଇଥିଲା। ତେଣୁ ଏହି ସମିତି ଚଳିତବର୍ଷ ସୋନୁ ସୁଦଙ୍କୁ ସମ୍ମାନ ଜଣାଇ ପୂଜା ପେଣ୍ଡାଲରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି।
We have installed a statue of actor Sonu Sood so that people can take inspiration from him to help people in need: Srinjay Dutta, member of Prafulla Kanan Welfare Association, in Kolkata https://t.co/6ne3v3FAZF pic.twitter.com/VD8clsa6O9
— ANI (@ANI) October 21, 2020
କୋଲକାତାର ପ୍ରଫୁଲ୍ଲ କାନନ ୱେଲଫେୟାର ଆସୋସିଏସନର ଜଣେ ସଦସ୍ୟ ଶ୍ରୀଞ୍ଜୟ ଦତ୍ତ କହିଛନ୍ତି, ‘ଆମେ ସୋନୁ ସୁଦଙ୍କର ଏକ ପ୍ରତିମା ସ୍ଥାପନ କରିଛୁ, ଯେପରି ଲୋକେ ଗରିବ, ଖଟିଖିଆ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କଠାରୁ ପ୍ରେରଣା ପାଇପାରିବେ’। ସେପଟେ ପୂଜା ପେଣ୍ଡାଲରେ ନିଜ ମୂର୍ତ୍ତି ନିର୍ମାଣ ହୋଇଥିବାର ଜାଣି ସୋନୁ ସୁଦଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟୁଇଟ କରି କହିଛନ୍ତି, ‘ମୋର ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଆୱାର୍ଡ’।
My biggest award ever 🙏 https://t.co/4hOUeVh2wN
— sonu sood (@SonuSood) October 21, 2020