Below header

ଲଗାତର ୧୭ ଦିନ ପାଇଁ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ବର୍ତ୍ତମାନ ଲିଟର ପ୍ରତି କେତେ ରହିଛି ଦର ?

ନୂଆଦିଲ୍ଲୀ: ଲଗାତର ୧୭ ଦିନ ପାଇଁ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୨୦ ପଇସା ଓ ଡିଜେଲ ୫୫ ପଇସା ବୃଦ୍ଧି ହୋଇଛି । ଏହି ଦର ବୃଦ୍ଧି ଫଳରେ ପେଟ୍ରୋଲ ଦାମ୍ ଲିଟର ପିଛା‌ ୮୦ ଟଙ୍କା ପାର କରିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପେଟ୍ରୋଲ ଲିଟର ପ୍ରତି ଦର ୮୦ ଟଙ୍କାରୁ ଅଧିକ ହୋଇଥିବାବେଳେ, ଡିଜେଲ ଦର ୭୭ ଟଙ୍କା ଅତିକ୍ରମ କରି ସାରିଲାଣି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ଭିତରେ ଉଭୟ ଅଶୋଧିତ ତୈଳ ଓ ଡଲାର ଅପେକ୍ଷାକୃତ ମହଙ୍ଗା ହୋଇଛି । ଲଗାତର ତୈଳ ବୃଦ୍ଧି ହେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏପଟେ ମହାମାରୀ କରୋନା ଲକ୍‌ଡାଉନ୍‌ ଯୋଗୁ ସାରା ବିଶ୍ୱରେ ତେଲ ଚାହିଦା ହ୍ରାସ ପାଇଛି। ଆମେରିକାରେ ତେଲ ଦାମ୍‌ ମାଇନସ୍‌ ୩୭ ଡଲାରକୁ ଖସିଆସିଥିଲା । ହେଲେ ଧୀରେ ଧୀରେ ବିଶ୍ୱର ବିଭିନ୍ନ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ତେଲ ଚାହିଦା ମଧ୍ୟ ବଢିବାରେ ଲାଗିଛି । ଯାହା ଏବେ ସାଧାରଣ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.