Below header

ସୁନା ମୂଲ୍ୟରେ ଆସିଛି ନୂଆ ଚମକ, ୧୦ ଗ୍ରାମ ପ୍ରତି ରହିଛି ଏତିକି ଟଙ୍କା

ଲଗାତାର କିଛି ଦିନ ହେବ ଲଗାତାର ଭାବେ ବଢିଚାଲିଛି ସୁନା ମୂଲ୍ୟ । କିନ୍ତୁ ସୋମବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ କିନ୍ତୁ କିଛିଟା ହ୍ରାସ ପାଇଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୬୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୬୧୦ ଟଙ୍କା ରହିଛି । ଯେବେକି ଏହି ଦର ପୂର୍ବଦିନ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ୪୭,୯୬୦ ଟଙ୍କା ଓ ୪୬,୭୬୦
ଟଙ୍କା ରହିଥିଲା । ସେହିପରି ଦେଶର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭,୬୧୦ ଟଙ୍କା ଓ ୪୬,୬୧୦ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୪୮,୨୦୦ ଟଙ୍କା ଓ ୪୭,୦୨୦ ଟଙ୍କା ରହିଥିବା ରେକର୍ଡ଼ ହୋଇଛି । ଠିକ ସେହିପରି ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୦,୫୯୦ ଟଙ୍କା ଓ ୪୬୩୦୦ ଟଙ୍କା ଥିବା ରେକର୍ଡ ହୋଇଛି । ଦେଶର ଅନ୍ୟତମ ପ୍ରମୁଖ ସୁନା ବଜାର ଭାବେ ଜଣା କଲିକତାରେ ଏହି ଦର ଯଥାକ୍ରମେ ୪୮,୮୦୦ ଟଙ୍କା ଓ ୪୭,୫୧୦ ଟଙ୍କା ଥିବା ଜଣାଯାଇଛି ।

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୬,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୫୯୦
ଟଙ୍କା ରହିଛି । ସେପଟେ ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ବିଶ୍ବବଜାରରେ ସୁନା ମୂଲ୍ୟ ଆଉନ୍ସ ପ୍ରତି ୧୭୬୭ ଡ଼ଲାର ହିସାବରେ ଟ୍ରେଣ୍ଡ କରୁଛି । ଅନ୍ୟପକ୍ଷରେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ମୂଲ୍ୟ ସୋମବାର ସନ୍ଧ୍ୟା ସୁଦ୍ଧା କିଲୋଗ୍ରାମ ପ୍ରତି ସାମାନ୍ୟ ବୃଦ୍ଧି ପାଇ ୪୮,୮୨୦ ଟଙ୍କା ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.