ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ। ତେବେ ଦୁଃଖର କଥା ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ, ସେନା ଓ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହା ଉପରେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା ।  ତେବେ ଆତଙ୍କବାଦୀଙ୍କ ନିକଟରୁ AK-47 ଜବତ କରାଯାଇଛି । ଏହା ପୂର୍ବରୁ ଗତକାଲି ପୁଲଓ୍ଵାମା ତ୍ରାଲ ସେକ୍ଟରରେ ସିଆରପିଏଫ୍‌ କ୍ୟାମ୍ପ ନିକଟରେ ଫାୟାରିଂ ସହ ଗ୍ରେନେଡ ମାଡ କରାଯାଇଥିଲା । ସୂଚନା ଥାଉକି, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁବରଣ କରିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.