ଆଜି ରଥଯାତ୍ରା: ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବାପରେ ଚାଲିଛି ବଳଭଦ୍ରଙ୍କ ପହଣ୍ଡି ବିଜେ

ପୁରୀ: ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ନୀତି ହୋଇଥିବାବେଳେ ସକାଳ ୭ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଛି । ଏହାପରେ ବଡ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଉଛି ।

rathaସକାଳ ୧୦ଟା ଭିତରେ ସମସ୍ତ ପହଣ୍ଡି ଶେଷ ହେବାପରେ ମଦନ ମୋହନ ବିଜେ ହେବ । ଏହାପରେ ଚିତା ଲାଗି ଓ ବେଶ କାର୍ଯ୍ଯ ସଂପନ୍ନ କରାଯିବ । ଏହାପରେ ୧୨ ବେଳକୁ ଛେରାପହଁରା ନୀତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.