Below header

Honda Activa କମ୍ପାନୀ ଦେଉଛି ବଡ ଅଫର୍‌, ମିଳିବ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ

ଭାରତୀୟ ଅଟୋମୋବାଇଲ ମାର୍କେଟରେ ଏବେ ନୂଆ ନୂଆ ପରିବର୍ତ୍ତନ ସହ ଆଗକୁ ବଢିଚାଲିଛି। ବାହନ ନିର୍ମାତା କମ୍ପାନୀ ନିଜର ଯାନ ବାହାନ ଉତ୍ପାଦନକୁ ନୂଆ BS6 ଇଞ୍ଜିନ୍‌ ମାନକ ଅନୁଯାୟୀ ଅପଡେଟ୍‌ କରିବାରେ ଲାଗିଛି। ଅନ୍ୟପଟେ କମ୍ପାନୀ ନିଜର BS4 ମଡେଲର ଷ୍ଟକ୍‌ କ୍ଲିୟର କରିବାର ମଧ୍ୟ ଦାବି ରହିଛି। ଏଥିରେ ବାହାନ ଉପରେ ବଡଧରଣର ରିହାତି ମିଳିବ। ଚଳିତ ଫେବୃଆରୀ ମାସରେ ଆପଣ ଦେଶରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ସ୍କୁଟର Honda Activa 5G କିଣା ଉପରେ ପୁରା ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।

honda-activaସୂଚନା ମୁତାବକ କମ୍ପାନୀ ଏବେ Honda Activaର ପରବର୍ତ୍ତୀ ମଡେଲ୍‌ 6G ଲଞ୍ଚ କରିଥିଲା, ଯେଉଁଥିରେ BS6 ମାନକ ଭଳି ଇଞ୍ଜିନ୍‌ର ପ୍ରୟୋଗ କରାଯାଇଥିଲା। ସେହିଭଳି Honda Activa 5Gରେ କମ୍ପାନୀ ଗତ BS4 ମାନକ 109.19cc ର କ୍ଷମତାର ସିଙ୍ଗଲ୍‌ ସିଲିଣ୍ଡର ଇଞ୍ଜିନ୍‌ର ପ୍ରୟୋଗ କରାଯାଇଛି, ଯାହା 7.96PS ର ପାଓ୍ଵାର ଏବଂ 9Nm ର ଟ୍ରାର୍କ ଜେନରେଟ କରିଥାଏ। ଏଥିରେ ସେମି ଡିଜିଟଲ ଇଷ୍ଟୁମେଣ୍ଟ କ୍ଲଷ୍ଟରର ବ୍ୟବହାର କରାଯାଇଛି।

honda-activa1ଏହି ସ୍କୁଟର ଦୁଇଟି ଭେରାଇଟ୍‌ରେ ଉପଲବ୍ଧ ହୋଇଛି। କମ୍ପାନୀର ଅଦିକାରୀକ େଓ୍ଵବସାଇଟ୍‌ ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହାର ଷ୍ଟାଣ୍ଡାର୍ଡ ଭେରାଇଟର ମୂଲ୍ୟ ୫୫,୯୩୪ ଟଙ୍କା ଏବଂ ଡିଲକ୍ସ ଭେରାଇଟର ମୂଲ୍ୟ ୫୭,୭୯୯ ଟଙ୍କା ରହିଛି। ଏହିସବୁ ମୂଲ୍ୟ ଏକ୍ସ ସୋ’ ରୁମ୍‌ ଦିଲ୍ଲୀ ଅନୁଯାୟୀ ଜାରି କରାଯାଇଛି। ଏଥିରେ LED ହେଡ୍‌ଲ୍ୟାମ୍ପ ସହ ମୋବାଇଲ ଚାର୍ଜିଂ ସକେଟ୍‌ ଏବଂ ସିଟ୍‌ ତଳେ ୧୮ ଲିଟରର ଷ୍ଟୋରେଜ୍‌ ସ୍ପେସ୍‌ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.